Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟପ୍ ମାଓ ନେତା କ୍ରିଷ୍ଣାର ଆତ୍ମସମର୍ପଣ, ଆର୍ ଭିନିଲ୍ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିଲା

21/04/2021 at 9:03 AM

ମାଲକାନଗିରି ୨୧/୪: ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମାଓ ସମ୍ପାଦକ ଏମ ଜଳନ୍ଧର ରେଡ୍ଡି ଓରଫ କ୍ରିଷ୍ଣାର ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିଲା କ୍ରିଷ୍ଣା । ଗତକାଲି  ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା । କ୍ରିଷ୍ଣା ନାଁରେ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଶତାଧିକ ମାମଲା ରହିଥିଲା ।

କ୍ରିଷ୍ଣା ମୁଣ୍ଡ ଉପରେ ପୂର୍ବରୁ ଓଡିଶା ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ର ଓ ଓଡିଶା ପୋଲିସର ଲଗାତାର ଅପରେସନ ପରେ ନିଜ ସଙ୍ଘଠନକୁ ଠିକ ଭାବେ ସୁରକ୍ଷା ଦେଇ ପାରୁନଥିବା ମାଓ ନେତା କ୍ରିଷ୍ଣା ଶେଷରେ ଆନ୍ଧ୍ର ଡିଜିପିଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି । ହେଲେ ଏହି କୁଖ୍ୟାତ ମାଓବାଦୀ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପରେ ସରକାରଙ୍କ ଥଇଥାନ ନିୟମ ଅନୁଯାୟୀ ତାଙ୍କୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଗୋଟିଏ ଘର ମଧ୍ୟ ଯୋଗାଇଛି ଆନ୍ଧ୍ର ପୋଲିସ । ତେବେ କ୍ରିଷ୍ଣା ନାମରେ ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଅନେକ ମାମଲା ଥିବାରୁ ମାଲକାନଗିରି ପୋଲିସ ତାଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଜଣା ପଡ଼ିଛି । ୧୯୯୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିବା କ୍ରିଷ୍ଣା ସ୍ୱାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ମାଓ ନେତାଥିଲେ ।

   Related Posts