Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପାକିସ୍ତାନରେ ଖାଲିସ୍ତାନୀ ନେତାଙ୍କୁ ହତ୍ୟା, ରହୁଥିଲା ISI ସଂରକ୍ଷଣରେ

28/01/2020 at 4:02 PM

ଲାହୋର ୨୮।୧: ଭାରତରେ ଶିଖଙ୍କ ଖାଲିସ୍ତାନ ଆନ୍ଦୋଳନକୁ ଦମନ କରିଦିଆଯାଇଛି। ହେଲେ ଭାରତ ବିରୋଧରେ ଏହି ବିଦ୍ରୋହକୁ  ଦୀର୍ଘ ବର୍ଷ ପରେ ବି ପାକିସ୍ତାନରେ ବଞ୍ଚାଇ ରଖିଛି ଗୁଇନ୍ଦା ସଂସ୍ଥା ଇଣ୍ଟରସର୍ଭିସ ଇଣ୍ଟେଲିଜେନ୍ସୀ (ଆଇଏସଆଇ)। ପାକିସ୍ତାନ ଲାହୋରରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରୁ ମଙ୍ଗଳବାର ଏହା ଜଣାପଡିଛି। ଯେଉଁଥିରେ ଖାଲିସ୍ତାନ ଆତଙ୍କବାଦୀ ହର୍ମିତ ସିଂହ ଓରଫ ହାପି ପିଏଚଡିର ମୃତ୍ୟୁ ହୋଇଛି। ଦୀର୍ଘବର୍ଷରୁ ହାପି ପଞ୍ଜାବ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ବେଳେ ପାକିସ୍ତାନରେ ଆଇଏସଆଇ ସଂରକ୍ଷଣରେ ରହୁଥିଲା।

ଲାହୋରର ଏକ ଗୁରୁଦ୍ୱାରା ସମ୍ମୁଖରେ ଅଜ୍ଞାତ ଆତତାୟୀଙ୍କ ଗୁଳିରେ ହାପିର ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରଗସ୍ କାରବାରକୁ ନେଇ ପଇସା ଭାଗବଣ୍ଟାରୁ ସ୍ଥାନୀୟ ତତ୍ୱ ତାକୁ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।  ହାପି ଲାହରୋରରେ ରହି ପଞ୍ଜାବକୁ ଡ୍ରଗ ଚାଲାଣ ସାଙ୍ଗକୁ ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ସ୍ଲିପର ସେଲ ଓ ଟେରର ମଡ୍ୟୁଲକୁ ପୁଣି ଛିଡା କରିବାନିମନ୍ତେ  ଉଦ୍ୟମ କରୁଥିବା ଲୋକଙ୍କ ମଧ୍ୟରେ ଅନ୍ୟତମ ଥିଲା।

ତେବେ ସେ ପଞ୍ଜାବ ହ୍ୟାଣ୍ଡଗ୍ରାନେଡ ଆକ୍ରମଣ ଷଡଯନ୍ତ୍ରରେ ପଞ୍ଜାବ ପୋଲିସର ମୋଷ୍ଟ ୱାଣ୍ଟେଡ୍ ଥିବା ବେଳେ ଏବେ ତାର ମୃତ୍ୟୁ ହୋଇଛି। ତା ବିରୋଧରେ ପଞ୍ଜାବରେ ଆରଏସଏସ୍ ଓ ଶିବସେନା ନେତାଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ବି ରହିଛି। ତେବେ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ସଂରକ୍ଷଣରେ ଥିବା ଯୋଗୁ ଭାରତୀୟ ପୋଲିସକୁ ତାର ସୁରାଗ ବି ମିଳୁନଥିଲା। ପ୍ରସଙ୍ଗରେ ପଞ୍ଜାବ ପୋଲିସ କୌଣସି ମନ୍ତବ୍ୟ ଦେଇନାହିଁ।

   Related Posts