ଆଜି ପ୍ରକାଶ ପାଇବ କୁଳଭୂଷଣ ଯାଦବ ମାମଲାର ରାୟ

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଲୀ ୧୭|୭: ଆଜି ଆର୍ନ୍ତଜାତୀୟ କୋର୍ଟରେ କୁଳଭୂଷଣ ଯାଧବଙ୍କ ମାମଲାର ରାୟ ପ୍ରକାଶ ପାଇବ । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇବେ ଆଇସିଜେ ।

ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସରେ ଚଳିତ ବର୍ଷ ଫେବୃଆରୀ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆଇସିଜେ ନିଜ ରାୟ ସଂରକ୍ଷିତ ରଖିଥିଲେ ।

ଗୁପ୍ତଚର ଅଭିଯୋଗରେ ୨୦୧୭ରେ କୁଳଭୂଷଣଙ୍କୁ ପାକ ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ପାକିସ୍ତାନ ଭିଏନା ସନ୍ଧିର ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ପାକିସ୍ତାନ ମିଥ୍ୟା ତଥ୍ୟ ରଖିଥିବା  ଭାରତ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଯୁକ୍ତି ରଖିଥିଲେ । ଏହା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଇଥିଲେ ଆଇସିଜେ ।

୨୦୧୬ ମାର୍ଚ୍ଚ ୩ରେ କୁଲଭୂଷଣ ଯାଦବଙ୍କୁ ବେଲୁଚିସ୍ତାନରେ ଗିରଫ କରାଯାଇଥିଲା । ସେ ଇରାନରୁ ପାକିସ୍ତାନ ଭିତରେ ଅନୁପ୍ରବେଶ କରିଥିବା ପାକିସ୍ତାନ ଅଭିଯୋଗ କରୁଛି । ଏହି ମାମଲାର ରାୟ ଉପରେ ସାରା ବିଶ୍ବର ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.