Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

‘ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଏକ ଡ୍ରାମା’- ବିଜେପି ନେତା ଅନନ୍ତକୁମାରଙ୍କ ମନ୍ତବ୍ୟକୁ ନେଇ ଝଡ

3/02/2020 at 4:21 PM

ନୂଆଦିଲ୍ଲୀ ୩।୨: ବିଜେପି ନେତା ଅନନ୍ତ କୁମାର ହେଗଡେ ଶନିବାର ବେଙ୍ଗାଲୁରୁ ଜନସଭାରେ ସ୍ୱାଧୀନତା ସଂଗ୍ରାମ ନେଇ ‘ମହାତ୍ମା’ଙ୍କ  ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ଝଡ ସୃଷ୍ଟି କରିଛି। ଯେଉଁଥିରେ ସମ୍ପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ସେ ଏକ ଡ୍ରାମା ବୋଲି କହିଥିଲେ। ସେ କହିଥିଲେ ଯେ ଗାନ୍ଧିଜୀ ଯେଉଁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲା ତାହା ବାସ୍ତବିକ ଆନ୍ଦୋଳନ ନୁହେଁ ଡ୍ରାମା ଥିଲା। ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରାଖଣ୍ଡ ସାଂସଦଙ୍କ ଏପରି ବୟାନ ଏବେ ରାଜନୈତିକ ଅଳିନ୍ଦରେ ହଲଚଲ ସୃଷ୍ଟି କରିଥିବା ବେଳେ ବିଜେପି ଶିର୍ଷନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡିଛି।

ସ୍ୱାଧୀନତା ଆନ୍ଦୋଳନର ଏହି ନେତାଙ୍କ ଉପରେ ଥରଟିଏବି ପୋଲିସ୍‌ର ଲାଠି  ପଡିନଥିଲା। ବ୍ରିଟିଶ ସ୍ୱୀକୃତିରେ ସେମାନେ କରୁଥିବା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଡ୍ରାମା ବ୍ୟତୀତ ଅନ୍ୟ କିଛି ନଥିଲା । ସେହିଭଳି ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଯୋଗୁ ବ୍ରଟିଶମାନେ ଦେଶ ଛାଡି ଚାଲି ଯାଇ ନଥିଲେ ବୋଲି ହେଗଡେ କହିଥିଲେ। ତେବେ ହେଗଡେଙ୍କ ମନ୍ତବ୍ୟ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଏହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜାତିର ଜନକଙ୍କ ସମ୍ପର୍କରେ ଏଭଳି ମନ୍ତବ୍ୟ ଲାଗି ବିଭିନ୍ନ ନେତା ସେମାନଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଭିନ୍ନ ଭିନ୍ନ ମତପୋଷଣ କରୁଥିବା ବେଳେ ଅନନ୍ତଙ୍କୁନେଇ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିବାଦୀୟ ମନ୍ତବ୍ୟ ଦେବା ଅନନ୍ତଙ୍କ ଲାଗି ନୂଆ କଥା ନୁହେଁ ଅତୀତରେ ସେ ପାର୍ଟି ସମ୍ପର୍କରେ ମଧ୍ୟ ଏପରି ବୟାନବାଜୀ କରି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ସେ ଜାତିର ଜନକଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ଲାଗି ବିଜେପି ଉପର ମହଲରୁ ତାଙ୍କ ଉପରେ ଏବେ ଚାପ ପଡୁଥିବା ଜଣାପଡିଛି। ଏଥିଲାଗି ତାଙ୍କୁ ନିସର୍ତ୍ତ କ୍ଷମା ଯାଚନା କରିବାକୁ କୁହାଯାଉଥିବା ଏବେ ଚର୍ଚ୍ଚା ହେଉଥିବା ବେଳେ ଦଳ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡିଛି।  

   Related Posts