Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଦିବାଲୀରେ ନିରାଶ ହେଲେ ନିବେଶକ, ବଜାରରେ ବୁଡିଗଲା ୯ କମ୍ପାନୀଙ୍କ ଅଢେଇ ଲକ୍ଷ କୋଟି ଟଙ୍କା

31/10/2021 at 4:05 PM

ମୁମ୍ବାଇ ୩୧।୧୦ :  ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ)ରେ ଶୀର୍ଷ ୧୦ କମ୍ପାନୀଙ୍କ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜିରେ ଭାରି ହ୍ରାସ ଦେଖା ଦେଇଛି। ମାର୍କେଟ କ୍ୟାପିଟାଲରେ ଏପରି ହ୍ରାସର ସିଧା ଅର୍ଥ ନିବେଶକଙ୍କ ସେତିକି ପରିମାଣର କ୍ଷତି। ଗତ ଶୁକ୍ରବାର ସମାପ୍ତ ହୋଇଥିବା ସପ୍ତାହରେ ୯ କମ୍ପାନୀଙ୍କ ବଜାର ପୁଞ୍ଜି ୨,୪୮,୫୪୨.୩ କୋଟି ଟଙ୍କା ହ୍ରାସ ହୋଇଛି। ଏଥିରେ ନିବେଶକଙ୍କୁ ଏଚଡିଏଫସି ଓ ରିଲାଏନ୍ସ ସବୁଠୁ ଅଧିକ କ୍ଷତିରେ ପକାଇଥିବା ଜଣାପଡିଛି।

ଗତ ସପ୍ତାହରେ ସେୟାର ବଜାରରେ ଉପୁଜିଥିବା ପରିସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ବଜାର ପୁଞ୍ଜି ୫୬,୭୪୧.୨ କୋଟି ଟଙ୍କା ହ୍ରାସ ହୋଇ ୧୬,୦୯,୬୮୬.୭୫ କୋଟି ଟଙ୍କାକୁ ପହଞ୍ଚିଥିଲା। ସେହିପରି ଏଚଡିଏଫସି ବ୍ୟାଙ୍କ ବଜାର ପୁଞ୍ଜିରେ ୫୪,୮୪୩.୩ କୋଟି ଟଙ୍କା ହ୍ରାସ ହୋଇଛି। ଏହି ଦୁଇ ଶୀର୍ଷ ଉଦ୍ୟୋଗଙ୍କ ବତୀତ ଟିସିଏସ୍, ଇନଫୋସିସ୍, କୋଟାକ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଏଚୟୁଏଲ, ଏସବିଆଇ ଆଦି ସଂସ୍ଥା ମଧ୍ୟ ଭାରି ଘାଟାର ସମ୍ମୁଖୀନ ହୋଇ ବଜାର ପୁଞ୍ଜି ହରାଇଛନ୍ତି।

ଏଣୁ ଦିବାଲୀରେ ଭଲ କାରବାର ଆଶା ବାନ୍ଧିଥିବା ନିବେଶକଙ୍କୁ ପୁଞ୍ଜି ହରାଇବାକୁ ପଡିଥିବା ବେଳେ ଏବେ ପୁଣି ଏକ ସୁଯୋଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ବଜାରର ଏପରି ପରିସ୍ଥିତିରେ କେବଳ ଆଇସିଆଇସିଆଇ ବ୍ୟାଙ୍କ ହିଁ ନିବେଶକଙ୍କୁ ପୂଜା ବଜାରରେ ଲାଭାନ୍ୱୀତ କରିଛି। ଗତ ସପ୍ତାହରେ ଆଇସିଆଇସିଆଇ ବ୍ୟଙ୍କର ମାର୍କେଟ କ୍ୟାପିଟାଲ ୩୦,୦୧୦, ୪୪କୋଟି ବଢ଼ି ମୋଟ ବଜାର ପୁଞ୍ଜିକରଣକୁ ୫,୫୬,୫୦୭.୭୧ କୋଟି ଟଙ୍କାରେ ପହଞ୍ଚିଛି।   

   Related Posts