ଭାରତର ଟପ୍ ୫ ଧନୀ ଭିକାରୀ: ଫ୍ଲାଟ୍ ସହ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାରର ଭରଣପୋଷଣ ପାଇଁ କିଛି ନା କିଛି କାମ କରିଥାଏ। କିଏ ଚାକିରୀ କରେ ତା କିଏ ବ୍ୟବସାୟ କରେ। ତେବେ ବ୍ୟକ୍ତି କେତେ ରୋଜଗାର କରୁଛି ତାହା ତାର ଜୀବନଶୈଳୀରୁ ଜଣାପଡ଼ିଥାଏ। କିନ୍ତୁ ଏମିତି ଏକ ବର୍ଗ ମଧ୍ୟ ଅଛି ଯାହାଙ୍କ ଜୀବନଶୈଳୀରୁ ଆପଣ ତାଙ୍କ ରୋଜଗାର ସମ୍ପର୍କରେ ଅନ୍ଦାଜା ବି ଲଗାଇ ପାରିବେ ନାହିଁ। ଏହି ବର୍ଗରେ ଅଛନ୍ତି ଭିକାରୀ। ଏମିତି କିଛି ଭିକାରୀ ଅଛନ୍ତି ଯାହାଙ୍କ ରୋଜଗାର ସମ୍ପର୍କରେ ଶୁଣି ଆପଣଙ୍କୁ ବିଶ୍ୱାସ ହେବନାହିଁ। ସେମାନଙ୍କ ଆୟ ସାଧାରଣ ଜନତାଙ୍କ ଠାରୁ ବି ଅଧିକ। ଭାରତରେ ଏମିତି ୫ଜଣ ସବୁଠାରୁ ଧନୀ ଭିକାରୀ ଅଛନ୍ତି ଯେଉଁମାନଙ୍କ ପାଖରେ ଭଲ ବ୍ୟାଙ୍କ ବାଲାନ୍ସ ସହ ଆପାର୍ଟମେଣ୍ଟ ବି ଅଛି। ତଥାପି ଏମାନେ ରାସ୍ତାକଡ଼ରେ ଭିକ ମାଗୁଛନ୍ତି।

{"id":416033,"sizeSlug":"large","linkDestination":"none"}

ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତର ସବୁଠାରୁ ଧନୀ ୫ଜଣ ଭିକାରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ମୁମ୍ବାଇର ପରେଲ କ୍ଷେତ୍ରର ଭିକ ମାଗୁଥିବା ଭରତ ଜୈନ। ତାଙ୍କ ପାଖରେ ମୁମ୍ବାଇରେ ଦୁଇଟି ଫ୍ଲାଟ ଅଛି ଯାହାର ଆନୁମାନିକ ମୂଲ୍ୟ ୧୪୦ ଲକ୍ଷ ଟଙ୍କା ଅର୍ଥାତ ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି। ରିପୋର୍ଟ ଅନୁଯାୟୀ ସେ ମାସକୁ ଭିକ ମାଗି ୭୫ ହଜାର ଆୟ କରନ୍ତି।

{"id":416034,"width":565,"height":469,"sizeSlug":"large","linkDestination":"none"}

ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋଲକାତାର ଲକ୍ଷ୍ମୀ। ଖବର ଅନୁଯାୟୀ ଲକ୍ଷ୍ମୀଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ କୋଲକାତାରେ ଭିକ ମାଗିବା ଆରମ୍ଭ କରିଥିଲେ। ୧୯୬୪ ମସିହାରୁ ଏବେ ସୁଦ୍ଧା କେବଳ ଭିକ ମାଗି ସେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜୁଟାଇଛନ୍ତି। ଆଜିକା ସମୟରେ ସେ ପ୍ରତିଦିନ ଭିକ ମାଗି ହଜାରେ ଟଙ୍କା ଆୟ କରନ୍ତି।

ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ମୁମ୍ବାଇର ଗୀତା ତିସରେ। ସେ ମୁମ୍ବାଇର ଚରନୀ ରୋଡ଼ ନିକଟରେ ଭିକ ମାଗନ୍ତି ଏବଂ ଭିକ ମାଗି ସେ ଜୁଟାଇଥିବା ଟଙ୍କାରେ ସେ ଏକ ଫ୍ଲାଟ କିଣିଛନ୍ତି। ପ୍ରତିଦିନ ଭିକ ମାଗି ସେ ୧୫୦୦ ଟଙ୍କା ଆୟ କରନ୍ତି। ସେ ହିସାବରରେ ତାଙ୍କର ମାସିକ ଆୟ ୪୫ ହଜାର ଟଙ୍କା।

{"id":416037,"sizeSlug":"large","linkDestination":"none"}

ଚତୁର୍ଥ ସ୍ଥାନରେ ଅଛନ୍ତି ଚନ୍ଦ୍ର ଆଜାଦ। ୨୦୧୯ ମସିହାରେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଯାଞ୍ଚ ପରେ ତାଙ୍କ ସମ୍ପତ୍ତି କେତେ ଅଛି ତାହା ଜଣାପଡିଥିଲା। ତାଙ୍କ ବ୍ୟାଙ୍କ ଖାତାରେ ୮.୫୦ ଲକ୍ଷ ଟଙ୍କା ଥିଲା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଥିଲା।

ବିହାର ରାଜଧାନୀ ପାଟନା ପ୍ଲାଟଫର୍ମରେ ଭିକ ମାଗୁଥିବା ପପୁ ଏହି ଧନୀ ଭିକାରୀ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଏକ ଦୁର୍ଘଟଣାରେ ସେ ନିଜ ଗୋଡ ହରାଇ ବସିଲେ। ଏହାପରେ ସେ ରେଲୱେ ଷ୍ଟେସନରେ ଭିକ ମାଗିବା ଆରମ୍ଭ କରିଥିଲେ। ରିପୋର୍ଟ ଅନୁଯାୟୀ ପପୁଙ୍କ ପାଖରେ ପାଖାପାଖି ୧.୨୫ କୋଟି ଟଙ୍କାର ସମ୍ପତ୍ତି ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.