Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଶ୍ବର ୧୦ ଟପ୍ ସିଇଓଙ୍କ ତାଲିକାରେ ୩ଜଣ ଭାରତୀୟ

30/10/2019 at 4:08 PM

ହାୱାର୍ଡ ବିଜନେସ ରିପୋର୍ଟ ଅନୁସାରେ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ସିଇଓଙ୍କ ୨୦୧୯ ତାଲିକା ପଦାକୁ ଆସିଛି। ଏହି ତାଲିକାରେ ୧୦ ଟପ୍‌ ସିଇଓଙ୍କ ମଧ୍ୟରେ ଭାରତର ୩ ଜଣଙ୍କ ନାମ ରହିଛି। ଷଷ୍ଠ ସ୍ଥାନରେ ଓଡିବିର ଶାନ୍ତନୁ ନାରାୟଣ ଭାରତୀୟ ସିଇଓଙ୍କ ମଧ୍ୟରୁ ସବୁଠୁ ଟପ୍‌ରେ ଅଛନ୍ତି।

ମାଷ୍ଟର କାର୍ଡର ସିଇଓ ଅଜୟ ବଂଗା ସପ୍ତମ ସ୍ଥାନରେ ଅଛନ୍ତି ଓ ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା ନବମ ସ୍ଥାନରେ ରହିଛନ୍ତି। ଆମେରିକାର ଏନ୍‌ଭିଡିଓ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଡିବିଏସ୍  ସିଇଓ  ପିୟୁଷ ଗୁପ୍ତା ଏହି ତାଲିକାରେ ସାମିଲ ହୋଇଥିବା ଚତୁର୍ଥ ଭାରତୀୟ। ତାଙ୍କୁ ଏହି ତାଲିକାରେ ୮୯ତମ ସ୍ଥାନ ମିଳିଛି।

ଏପଲର ସିଇଓ ଟିମ୍‌ କୁକ୍‌ ତାଲିକାରେ ୬୨ ତମ ସ୍ଥାନରେ ଅଛନ୍ତି। ଡିସ୍‌ନୀ  ସିଇଓ ରବର୍ଟ ଇଗର ଏହି ତାଲିକାରେ ୫୫ ସ୍ଥାନରେ ଅଛନ୍ତି। ସଫ୍ଟବ୍ୟାଙ୍କର ପ୍ରମୁଖ ମାଶାଯୋଶି ସନ ୯୬ତମ ସ୍ଥାନରେ ଅଛନ୍ତି। ଏଥିରେ, ଉତ୍ତର ଆମେରିକା, ୟୁରୋପ, ଏସିଆ, ଲାଟିନ,ଆମେରିକା ଓ ଅଷ୍ଟ୍ରେଲିଆର କମ୍ପାନୀର ଷ୍ଟକମାର୍କେଟ ମଧ୍ୟ ସାମିଲ ରହିଛି। ଟପ୍‌ ୫୦ଜଣଙ୍କ ମଧ୍ୟରେ ୪ଜଣ ମହିଳା ସିଇଓ ମଧ୍ୟ  ସାମିଲ ଅଛନ୍ତି। ଗତ ବର୍ଷ ମହିଳାଙ୍କ ସଂଖ୍ୟା ଟପ୍‌ ୫୦ରେ ୩ ଥିଲା।      

   Related Posts