Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଡିଡି ସ୍ପୋର୍ଟସରେ ଆଜିଠୁ ଦେଖିବାକୁ ମିଳିବ ଟିମ୍ ଇଣ୍ଡିଆର ସ୍ମରଣୀୟ ଇନିଂସ, ପ୍ରଦର୍ଶିତ ହେବ ୨୦ ବର୍ଷର ୨୦ଟି ଦମଦାର ମ୍ୟାଚ୍

7/04/2020 at 11:44 AM

ନୂଆଦିଲ୍ଲୀ, ୦୭|୦୪:  କରୋନା ଭାଇରସ ପାଇଁ ସରକାର ଏପ୍ରିଲ ୧୪ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଏପ୍ରିଲ ୭ରୁ ପ୍ରତିଦିନ ଡିଡି ସ୍ପୋର୍ଟସ୍ ଚ୍ୟାନେଲରେ ଭାରତ ସମେତ କିଛି ଅନ୍ୟ ସ୍ମରଣୀୟ କ୍ରିକେଟ ମ୍ୟାଚର ହାଇଲାଇଟସ୍ ପ୍ରଦର୍ଶିତ ହେବ । ଏହି ବିସିସିଆଇ ଓ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସବୁ ମ୍ୟାଚରେ ଭିଭିଏସ ଲକ୍ଷ୍ମଣଙ୍କର ୨୦୦୧ର ଏକ ଇନିଂସ ରହିଛି । ଯେଉଁଥିରେ ସେ ୨୮୧ ରନର ଇନିଂସ ଖେଳିଥିଲେ । ଏହି ଟେଷ୍ଟ ମ୍ୟାଚ ଏପ୍ରିଲ ୧୩ ତାରିଖରେ ପ୍ରଦର୍ଶିତ ହେବ । ଲକଡାଉନର ଶେଷ ଦିନରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୨୦୦୫ରେ ଖେଳାଯାଇଥିବା ଦିନିକିଆ ପ୍ରଦର୍ଶିତ ହେବ ।

ଲକଡାଉନ ଶେଷ ହେବାକୁ ଥିବା ଆଉ ୮ ଦିନ ମଧ୍ୟରେ ମୋଟ ୨୦ଟି ମ୍ୟାଚ ଦର୍ଶକ ଦେଖିପାରିବେ । ଏହି ସବୁ ମ୍ୟାଚ ଭାରତରେ ଖେଳାଯାଇଥିଲା । ଏଥିରେ ୧୯ଟି ଦିନିକିଆ ଓ କୋଲକାତା ଟେଷ୍ଟ୍ ରହିଛି । ଏହି ଟେଷ୍ଟରେ ଭାରତ ଫଲୋଅନ ଖେଳିଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ମ୍ୟାଚରେ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ ୧୮୦ ରନର ପାର୍ଟନରସିପ୍ କରିଥିଲେ ।

ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୦୩ରେ ଖେଳାଯାଇଥିବା ତ୍ରିକୋଣୀୟ ସିରିଜର ହାଇଲାଇଟସ୍ ପ୍ରଦର୍ଶିତ ହେବ । ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୭ ରନରେ ହରାଇଥିଲା । ଲକ୍ଷ୍ମଣ ୧୦୨ ଓ ସଚିନ ତେନ୍ଦୁଲକର ଏହି ମ୍ୟାଚରେ ୧୦୦ ରନ କରିଥିଲେ । କିନ୍ତୁ ସିରିଜର ଫାଇନାଲରେ ଅଷ୍ଟ୍ରେଲିଆ ଡକଓ୍ୱର୍ଥ ଲୁଇସରେ ୩୭ ରନର ବିଜୟୀ ହୋଇଥିଲା ।

   Related Posts