ଜାରି ହେଲା ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୨: ବିଶ୍ୱର ଟପ୍ ମିଲେଟ୍ରି ପାୱର  ସୂଚୀ ଜାରି ହୋଇଛି। ୨୫ଟି ଦେଶ ଏହି ସୂଚୀରେ ସାମିଲ ଥିବା ବେଳେ ଏଥିରେ ଟପ୍ ୧୦ ସ୍ଥାନରେ ଥିବା ଦେଶଙ୍କ ମଧ୍ୟରେ ଭାରତ ଥିବା ଜଣାପଡିଛି। ତାଲିକା ଦେଖିଲେ ଭାରତ ସହ ନିଜକୁ ବରାବରି କରୁଥିବା ପାକିସ୍ତାନ ଯୁଦ୍ଧରେ ନିଜର ସ୍ଥିତି ଦେଖି ନିରବତା ଅବଲମ୍ବନ କରିବା ଏବେ ତା ଲାଗି ଶ୍ରେୟସ୍କର ବିଚାର କରାଯାଉଥିବା ବେଳେ ଭାରତୀୟମାନେ ସୂଚୀରେ ନିଜର ସ୍ଥିତି ଦେଖି ନିଶ୍ଚିତ ଗର୍ବିତ ଅନୁଭବ କରିବେ।

{"id":229556,"sizeSlug":"large"}

ବିଶ୍ୱ ଟପ୍‌ ମିଲେଟ୍ରି ରାଙ୍କିଙ୍ଗରେ ଭାରତକୁ ୪ ନମ୍ବର ସ୍ଥାନରେ  ମିଳିଛି। ଏଥିରେ ସବୁଥର ଭଳି ଏଥର ମଧ୍ୟ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଋଷିଆ।  ତୃତୀୟ ସ୍ଥାନ ଚୀନକୁ ମିଳିଥିବା ବେଳେଚତୁର୍ଥ ସ୍ଥାନରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିଛି। ଏହି ସୂଚୀର ତ୍ରୟୋଦଶ(୧୩)ତମ ସ୍ଥାନ ମିଳିଛି ପାକ୍‌କୁ। ଏଭଳି ପରିସ୍ଥିତିରେ ସୀମାରେ ବରାବର  ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଥିବା ପାକ୍ ଏହି ସୂଚୀ ଦେଖି ନିଜର ସ୍ୱଭାବ ପରିବର୍ତ୍ତନ କରିନେବା ଏବେ ଶ୍ରେୟସ୍କର ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

{"id":229557,"sizeSlug":"large"}

ଭାରତ ଦୀର୍ଘ ବର୍ଷ ପରେ ସାମର୍ଥ୍ୟ ସୂଚୀର ଏକ ଉଲ୍ଲେଖନୀୟ ସ୍ଥାନରେ ନିଜକୁ  ସ୍ଥାନିତ କରିବାରେ ସଫଳ ହୋଇଛି। ଏଥିଲାଗି ଭାରତ ତାର ସେନା, ବାୟୁସେନା ଓ ନୌସେନାର ଆଧୁନିକିକରଣ କରିଥିବା ବେଳେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଯୁଦ୍ଧବିମାନ ଓ ଯୁଦ୍ଧପୋତ ସାମିଲ କରିଛି। ଏଣୁ ଭାରତ କ୍ରମେ ବିଶ୍ୱଶକ୍ତି ଭାବେ ଉଦ୍ରେକ ହେଉଥିବା ଦେଶରେ ପରିଣତ ହେଉଥିବାର ଏହି ସୂଚୀରୁ ଏବେ ସ୍ପଷ୍ଟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.