Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବଜାର ଫେରୁଛି , ପୁଣି ସପ୍ଟଓ୍ବେର କମ୍ପାନୀଙ୍କ ଦବଦବା: ଆମେରିକାର ୫୦୦ପ୍ରଗତିଶୀଳ ପ୍ରଯୁକ୍ତି କମ୍ପାନୀରେ ସପ୍ଟଓ୍ବେର ଇଣ୍ଡଷ୍ଟ୍ରିର ୩୫୩

23/11/2020 at 4:54 PM

ନୂଆଦିଲ୍ଲୀ ୨୩/୧୧ : ଉତ୍ତର ଆମେରିକାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ୫ଶହ କମ୍ପାନୀ ମଧ୍ୟରୁ ୩୫୩ ଟି କମ୍ପାନୀ ଡେଲୋଏଟ୍ ୨୦୨୦ ଟେକ୍ ଫାଷ୍ଟ ୫୦୦ ରିପୋର୍ଟ ଅନୁଯାୟୀ ସଫ୍ଟୱେର୍ ଇଣ୍ଡଷ୍ଟ୍ରିର ବୋଲି ଜଣାପଡିଛି ।  ଯାହାକି ସେମାନଙ୍କ ରାଙ୍କିଂ ଇତିହାସରେ ସର୍ବାଧିକ ଏବଂ ଗତ ବର୍ଷ ତୁଳନାରେ ୩ ପ୍ରତିଶତ ଅଧିକ । ବିଗତ ତିନିବର୍ଷ ମଧ୍ୟରେ ଦ୍ରୁତ ବୃଦ୍ଧି ପାଉଥିବା ଦଶଟି କମ୍ପାନୀ ମଧ୍ୟରୁ ଦୁଇଟି ସାଇବର ନିରାପତ୍ତା, ୱାନ ଟ୍ରଷ୍ଟ ଏବଂ ଟ୍ରାନ୍ସମିଟ୍ ସିକ୍ୟୁରିଟିରେ ଏକ୍ସପର୍ଟ୍ । ଡେଲୋଏଟ୍ର ୨୦୨୦ ଟେକ୍ ଫାଷ୍ଟ ୫୦୦ରେ ସ୍ଥାନିତ ହୋଇଥିବା ଉଲ୍ଲେଖନୀୟ ସଫ୍ଟୱେର୍ କମ୍ପାନୀଗୁଡିକ ହେଉଛି ବୋଲ୍ଟ, ଇଲୁମିଓ, ଲଜିକ୍ ମନିଟର୍ ଏବଂ ସେକ୍ ।

ବାୟୋଟେକ୍ନୋଲୋଜି ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ହେଉଛି ଦ୍ୱିତୀୟ ସର୍ବାଧିକ ବିସ୍ତାରିତ କ୍ଷେତ୍ର, ଯେଉଁଥିରେ ସମସ୍ତ କମ୍ପାନୀର ୧୪ ପ୍ରତିଶତ ଗଠିତ ହୋଇଛି ଏବଂ ସେଥିରେ ଡିଜିଟାଲ୍ ବିଷୟବସ୍ତୁ ଯେପରିକି  ମିଡିଆ, ମନୋରଞ୍ଜନ (୫%) ଏବଂ ଡାକ୍ତରୀ ଉପକରଣ (୪%) ରହିଛି । ୨୦୧୬ ରୁ ୨୦୧୯ପର୍ଯ୍ୟନ୍ତ ଆର୍ଥିକ ବର୍ଷର ରାଜସ୍ୱ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡେଲୋଏଟ୍ ଟେକ୍ନୋଲୋଜି ଫାଷ୍ଟ ୫୦୦ ପୁରସ୍କାର ପାଇଥିଲା । ତିନି ବର୍ଷର ସମୟ ସୀମା ମଧ୍ୟରେ ୧୭୫ ପ୍ରତିଶତରୁ ୧,୦୬,୫୦୮ ପ୍ରତିଶତର ବିରାଟ ଅଭିବୃଦ୍ଧି ଘଟିଛି ।

୨୦୧୬ ରୁ ୨୦୧୯ ମଧ୍ୟରେ ଶ୍ରେଷ୍ଠ ଦଶଟି ଦ୍ରୁତ ବୃଦ୍ଧି ପାଉଥିବା କମ୍ପାନୀଗୁଡିକରେ ସାଇବର ସିକ୍ୟୁରିଟି ମଧ୍ୟ ବେଶ ମଜବୁତ ହୋଇଛି | ୱାନଟ୍ରଷ୍ଟ ଏବଂ ଟ୍ରାନ୍ସମିଟ୍ ସିକ୍ୟୁରିଟି ୨୦୧୬ ରୁ ୨୦୧୯ ମଧ୍ୟରେ ଦ୍ରୁତ ବୃଦ୍ଧି ପାଉଥିବା କମ୍ପାନୀଗୁଡିକ ମଧ୍ୟରେ ରହିଛି । ଏହି ସଫ୍ଟୱେର୍ କମ୍ପାନୀଗୁଡିକର ୫୦ ପ୍ରତିଶତରୁ ଅଧିକ ଉନ୍ନତମାନର ପ୍ଲାଟଫର୍ମ ରହିଛି ।

   Related Posts