Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କେବଳ ଦେଶରେ ନୁହେଁ ବିଶ୍ବର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ଟପ-୧୦ରେ ଭାରତର ୩ ସିଟି

13/11/2021 at 10:13 PM

ନୂଆଦିଲ୍ଲୀ ୧୩/୧୧:  ବିଶ୍ବରେ ବାୟୁ ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତ ପାଇଁ ଚିନ୍ତା ବଢ଼ାଇଛି ଦିଲ୍ଲୀ। ବିଶ୍ବର ଶୀର୍ଷ ୧୦  ପ୍ରଦୂଷିତ ସହର  ମଧ୍ୟରେ ଦିଲ୍ଲୀ ସବୁଠୁ ଆଗରେ ରହିଛି। ଟପ୍‌ ୧୦ ଲିଷ୍ଟରେ ଭାରତର ୩ଟି ସହର  ଦିଲ୍ଲୀ, କୋଲକାତା ମୁମ୍ବାଇ ସାମିଲ ହୋଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)  ୫୫୬ ଥିବା ବେଳେ କୋଲକାତା ଏବଂ ମୁମ୍ବାଇର ଏକ୍ୟୁଆଇ ଯଥାକ୍ରମେ ୧୭୭  ଏବଂ ୧୬୯ ରହିଛି।

ତାଲିକାରେ କୋଲକାତା  ଚତୁର୍ଥ ଏବଂ ମୁମ୍ବାଇ ଷଷ୍ଠ ସ୍ଥାନରେ ଅଛି । ସବୁଠୁ ଖରାପ ଏକ୍ୟୁଆଇ ସୂଚକାଙ୍କ ଥିବା ସହର  ମଧ୍ୟରେ ପାକିସ୍ତାନର ଲାହୋର ଏବଂ ଚୀନର ଚେଙ୍ଗଦୁ ସାମିଲ ହୋଇଛି । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଏବଂ ସିଷ୍ଟମ ଅଫ ଏୟାର କ୍ବାଲିଟି ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(ସଫର) ଏହି ରିପୋର୍ଟ ପ୍ରକାଶ କରିଛି।

୧. ଦିଲ୍ଲୀ(ଏକ୍ୟୁଆଇ: ୫୫୬)

୨. ଲାହୋର, ପାକିସ୍ତାନ (ଏକ୍ୟୁଆଇ: ୩୫୪)

୩. ସୋଫିୟା, ବୁଲଗାରିଆ (ଏକ୍ୟୁଆଇ: ୧୭୮)

୪. କୋଲକାତା (ଏକ୍ୟୁଆଇ: ୧୭୭)

୫. ଜାଗ୍ରେବ, କ୍ରୋଏସିଆ (ଏକ୍ୟୁଆଇ: ୧୭୩)

୬. ମୁମ୍ବାଇ (ଏକ୍ୟୁଆଇ:୧୬୯)

୭. ବେଲଗ୍ରେଡ୍‌, ସର୍ବିୟା (ଏକ୍ୟୁଆଇ: ୧୬୫)

୮. ଚେଙ୍ଗଦୁ, ଚୀନ (ଏକ୍ୟୁଆଇ: ୧୬୫)

୯. ସ୍କୋପଜେ, ମାସେଡୋନିଆ (ଏକ୍ୟୁଆଇ: ୧୬୪)

୧୦. କ୍ରାକୋ, ପୋଲାଣ୍ଡ ( ଏକ୍ୟୁଆଇ: ୧୬୦)

   Related Posts