ଶ୍ରେଷ୍ଠ ୧୦ ଡାକ୍ତରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା, ଅନ୍ୟ କର୍ମଚାରୀଙ୍କୁ ୫ ଲକ୍ଷ
28/10/2019 at 6:32 PM

ଭୁବନେଶ୍ୱର ୨୮।୧୦ – 5T କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଭଲ ପ୍ରଦର୍ଶନ କଲେ ଶ୍ରେଷ୍ଟ ୧୦ ଜଣ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ପରୁସ୍କାର ମିଳିବ । କେବଳ ଡାକ୍ତର ନୁହନ୍ତି ପାରା ମେଡିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ ।
ନିଷ୍ଠାପର ଭାବେ ରୋଗୀ ସେବା କରିବା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ । ଡାକ୍ତରଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ରଖାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ଡାକ୍ତରମାନଙ୍କର ଚାକିରିକାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।
କାୟାକଳ୍ପ ପ୍ରମାଣ ପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତା ରକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବେ ଦିଆଯିବ ।
ଲକ୍ଷ୍ୟ ପ୍ରମାଣ ପତ୍ର – ଏହି ପ୍ରମାଣ ପତ୍ର ପାଇଥିବା ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହର ଡାକ୍ତର ଓ ଅନ୍ୟକର୍ମଚାରୀମାନଙ୍କ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବେ ଦିଆଯିବ ।
ରୋଗୀଙ୍କ ମତାମତ ଅନୁସାରେ ୫ଟି ଅନୁଷ୍ଠାନର ମେଡିକାଲ ଅଫିସର୍ମାନଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ଭଲ କାମ କରିଥିବା ସ୍ଥାୟୀ ମେଡିକାଲ୍ କର୍ମଚାରୀଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ।
ପ୍ରସବ ଓ ତଦ୍ଜନିତ ଅସ୍ତ୍ରୋପଚାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।