Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଏହି ଦେଶ ଗୁଡ଼ିକ ଦେଉଛନ୍ତି ସବୁଠୁ ଶସ୍ତା ଇଣ୍ଟରନେଟ୍ : ଜାଣନ୍ତୁ କେଉଁ ଦେଶ ସବୁଠୁ ଆଗରେ

25/08/2019 at 2:04 PM

ନୂଆଦିଲ୍ଲୀ ୨୫/୮: ନିକଟରେ ଏସିଆରେ ସବୁଠୁ ଶସ୍ତା ଇଣ୍ଟରନେଟ୍ ପ୍ରଦାନ କରୁଥିବାଦେଶର ତାଲିକା ଜାରି କରାଯାଇଛି। ଏଥିରେ ଭାରତ ସବୁଠୁ ଆଗରେ ରହିଛି। ଭାରତରେ ରିଲାଏନ୍ସ ଜିଓ ଆସିବା ପରେ ଇଣ୍ଟରନେଟର ମୂଲ୍ୟ ଖୁବ୍ ହ୍ରାସ ପାଇଛି।ରିଲାଏନ୍ସ ଜିଓ ଭଳି ଅନ୍ୟ ଭାରତୀୟ ଟେଲିକମ୍ କମ୍ପାନୀ ମଧ୍ୟ ଗ୍ରାହକଙ୍କ ପାଇଁ ଖୁବ୍ ଶସ୍ତା ଇଣ୍ଟରନେଟ୍ ପ୍ଲାନ୍ ଜାରି କରିଛି। ଯାହା ଫଳରେ ଭାରତ ଲଗାତାର ଇଣ୍ଟରନେଟ୍ କ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରୁଛି।

ସର୍ଭେ ଅନୁସାରେ ଭାରତରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୨୬ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଦ୍ବିତୀୟ ସ୍ଥାନରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ରହିଛି। ଏଠାରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୭୮ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ।

୧.ଭାରତ : ଭାରତରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୨୬ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯାହା ଅନ୍ୟ ଏସୀୟ ଦେଶ ତୁଳନାରେ ସବୁଠୁ କମ୍। ଏଥିପାଇଁ ଭାରତ ଏହି ତାଲିକାରେ ସବୁଠୁ ପ୍ରଥମରେ ରହିଛି।

୨. ଶ୍ରୀଲଙ୍କା : ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ଭାରତ ଭଳି ନିଜ ଗ୍ରାହକଙ୍କୁ ଖୁବ୍ ଶସ୍ତାରେ ଇଣ୍ଟରନେଟ୍ ପ୍ରଦାନ କରୁଛି। ଶ୍ରୀଲଙ୍କାରେ ପ୍ରତି ୧ଜିବି ଇଣଣ୍ଟରନେଟ୍ ପାଇଁ ୦.୭୮ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ଏହି ଦେଶ ଦ୍ବିତୀୟ ସ୍ଥାନରେ ରହିଛି।

୩.ମଙ୍ଗୋଲିଆ : ଏହି ତାଲିକାରେ ତୃତୀୟ ସ୍ଥାନରେ ମଙ୍ଗୋଲିଆ ରହିଛି। ଏହି ଦେଶରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୮୨ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ।

୪. ବାଙ୍ଗଲାଦେଶ : ବାଙ୍ଗଲାଦେଶରେ ମଧ୍ୟ ଇଣ୍ଟରନେଟର ମୂଲ୍ୟ ବହୁତ କମ୍। ଏହି ଦେଶରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୯୯ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ଏହି ଦେଶ ଚତୁର୍ଥ ସ୍ଥାନରେ ରହିଛି।

୫.ମାଲେସିଆ : ମାଲେସିଆରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୧.୧୮ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ମାଲେସିଆ ସବୁଠୁ ଶସ୍ତା ଇଣ୍ଟରନେଟ୍ ପ୍ରଦାନ କରୁଥିବା ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।  

   Related Posts