ଚରିତ୍ରକୁ ସନ୍ଦେହ: ସ୍ତ୍ରୀଙ୍କୁ ଜଙ୍ଗଲ ବୁଲାଇବାକୁ ନେଇ ବିଷାକ୍ତ ତୀର ମାରିଲା ସ୍ବାମୀ, ପଢ଼ନ୍ତୁ ପୂରା ଖବର
2/11/2019 at 5:29 PM

ବିଳାସପୁର୨/୧୦: ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ଘଟାଇଲେ ଅଭାବନୀୟ ଘଟଣା । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ତାଙ୍କୁ ମରଣାତ୍ମାକ ଆକ୍ରମଣ କରିଛି। ସ୍ତ୍ରୀଙ୍କୁ ବୁଝାସୁଝା କରି ସ୍ବାମୀ ଜଙ୍ଗଲ ଭିତରକୁ ନେଇ ଯାଇଥିଲା। ଜଙ୍ଗଲରେ ପହଞ୍ଚିବା ପରେ ପତ୍ନୀଙ୍କୁ ବିଷାକ୍ତ ତୀର ମାରି ହତ୍ୟା କରିବା ଲାଗି ଅଭିଯୁକ୍ତ ସ୍ବାମୀ ଚେଷ୍ଟା କରିଥିଲା। ପୀଡିତାଙ୍କ ପେଟରେ ଜୋର ଆଘାତ ଲାଗିବା ଯୋଗୁଁ ସେ ଚିତ୍କାର କରି ରଡ଼ି ଛାଡିଥିଲେ। ସ୍ଥାନୀୟ ଲୋକ ତାଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବଂ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ତାଙ୍କୁ ନେଇ ଯାଇଥିଲେ। ଏ ଘଟଣାରେ ପୋଲିସ ଏତଲା ରୁଜୁ କରି ନାହିଁ। ବିଳାସପୁରରେ ଏଭଳି ଘଟଣା ଘଟିଛି।
ପୀଡିତାଙ୍କ ନା ହେଉଛି ବାଇ ବୌଗା ଏବଂ ତାଙ୍କ ସ୍ବାମୀ ନାଁ ଧନେଶ୍। ସେ ଦିନ ମଜୁରିଆ ଭାବେ କାମ କରନ୍ତି। ସ୍ତ୍ରୀଙ୍କ ଚରିତ୍ରକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ। ଶୁକ୍ରବାର ଦ୍ବିପହରେ ବାଇ ବୌଗାଙ୍କୁ ବୁଝାସୁଝା କରି ତାଙ୍କ ସ୍ବାମୀ ଜଙ୍ଗଲକୁ ନେଇ ଯାଇଥିଲେ। ନିଛାଟିଆ ଶୂନସାନ ଜଙ୍ଗଲରେ ପତ୍ନୀଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ସ୍ବାମୀ ତାଙ୍କୁ ବିଷାକ୍ତ ତୀରରେ ଆକ୍ରମଣ କରିଥିଲା।
ପୀଡ଼ିତାଙ୍କ ପେଟରେ ତୀର ବାଜିବାରୁ ସେ ଜୋରରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ତାନାନ୍ତର କରିଥିଲେ। ହସ୍ପିଟାଲରେ ତାଙ୍କ ପେଟକୁ ସର୍ଜରୀ କରି ବିଷାକ୍ତ ତୀର ବାହାର କରାଯାଇଥିଲା। ପୀଡ଼ିତା ସୁସ୍ଥ ହୋଇ ସ୍ବାମୀ ବିରୋଧରେ ଥାନାରେ ଏତଲା ଦେଇଥିଲେ। ହେଲେ ଥାନା ଅଧିକାରୀ ଏପର୍ଯ୍ୟନ୍ତ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।