ଆଜିର ରାତି ହେଉଛି ତନ୍ତ୍ର ସାଧନା କରି ଅଭିଷ୍ଟ ହାସଲ କରିବା ପାଇଁ ପ୍ରକୃଷ୍ଟ ସମୟ, ଜାଣନ୍ତୁ କାହିଁକି...

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର୨୦|୧୧:  ଆଜି ଓଡିଆ ଘରର ଏକ ବଡ ପର୍ବ ପ୍ରଥାମାଷ୍ଟମୀ । ମାର୍ଗଶୀର ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ର ପରିଧାନ କରିଥାନ୍ତି । ମା ମାନେ ଜ୍ୟେଷ୍ଠ ସନ୍ତାନଙ୍କୁ ବନ୍ଦାପନା କରିଥାନ୍ତି । ସୂଚନା ଯୋଗ୍ୟ ଯେ, ଷଠି ଓଷାରେ ମଧ୍ୟ ସନ୍ତାଙ୍କୁ ବନ୍ଦାପନା କରିବାର ବିଧି ପ୍ରଚଳିତ ରହିଛି । କିନ୍ତୁ ଷଠି ଓଷାରେ ସବୁ ସନ୍ତାନଙ୍କ ବନ୍ଦାପନା ହେଉଥିବାବେଳେ ପ୍ରଥମାଷ୍ଠମୀରେ କେବଳ ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ହୋଇଥାଏ ।

{"id":187222,"sizeSlug":"large"}

ପ୍ରଥାମଷ୍ଟମୀର ଏହି ପୂଜା ପରଂପରା କେବେ ଓ କେମିତି ଆରମ୍ଭ ହେଲା ତାର କୌଣସି ଓତିହାସିକ ପୃଷ୍ଠଭୂମୀ ନଥିଲେ ମଧ୍ୟ ବହୁ ପୌରାଣିକ କାହାଣୀ ରହିଛି । ତେବେ ଏହା ଯେ, ଏକ କୃଷି ପ୍ରଧାନ ପର୍ବ ଏହା ନିଃସନ୍ଦେହ । ଓଡିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରମ୍ପରା ପ୍ରାୟ ଦେଖାଯାଏ ନାହିଁ । ତେବେ ପ୍ରଥାମଷ୍ଠମୀ ବ୍ୟତୀତ ଆଜିର ଦିନକୁ ମଧ୍ୟ ଭୈରବାଷ୍ଟମୀ, ସୌଭାଗ୍ୟାଷ୍ଟମୀ , ପାପ ନାଶିନି ଅଷ୍ଟମୀ ଓ ଘୋର ରାତ୍ରି  ବୋଲି କୁହାଯାଏ । ଆଜିର ରାତ୍ରି ତନ୍ତ୍ର ସାଧାନ ପାଇଁ ପ୍ରସସ୍ଥ ସମୟ ଏବଂ ଆଜି ରାତିରେ ଶାସ୍ତ୍ର ଅନୁସାରେ ତନ୍ତ୍ର ସାଧାନା କଲେ ବିଶେଷ ସିଦ୍ଧି ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।

{"id":187223,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ହୋଇଥିଲା । ଏହି ଦିନକୁ ଜନ୍ମଷ୍ଟମୀ ଭେବେ ସମସ୍ତେ ଜାଣନ୍ତି । ସେହିଭଳି ଅଷ୍ଟମୀ ତିଥିରେ ମଧ୍ୟ ଶ୍ରୀରାଧାଙ୍କର ଜନ୍ମ ହୋଇଥିଲା । ଯାହାକୁ ଆମେ ରାଧାଷ୍ଟମୀ ଭାବେ ଜାଣିଥାଉ । ଦେବୀ ଦୁର୍ଗାଙ୍କ ବିଶେଷ ପାର୍ବଣ ତିଥି ମଧ୍ୟ ଅଷ୍ଟମୀରେ ହୋଇଥାଏ । ଏହାକୁ ଆମେ ଦୁର୍ଗାଷ୍ଟମୀ ବୋଲି କହିଥାଉ । ସେହିଭଳି ମାର୍ଗଶୀର ମାସର ଏହି ଅଷ୍ଟମୀରେ ମହା ଭୈରବଙ୍କର ଆବିର୍ଭାବ ହୋଇଥିଲା । ଏହି ଦିନ ମହାଭୈରବଙ୍କୁ ଆରଧାନା କଲେ ବିଶେଷ ସୁଫଳ ମିଳିଥାଏ । ସ୍କନ୍ଦ ପୁରାଣ କୋଶୀଖଣ୍ଡରେ ବର୍ଣ୍ଣିତ ହୋଇଛି ଯେ, ମାର୍ଗଶୀର ମାସର କୃଷ୍ଣ ପକ୍ଷ ଅଷ୍ଠମୀ ତିଥିରେ କାଳ ଭୈରବଙ୍କୁ ଉପାସନା କଲେ ସର୍ବ ପାପ କ୍ଷୟ ହୋଇଥାଏ । ତେଣୁ ଏହି ଦିନକୁ ପାପ ନାଶିନି ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ ।

{"id":187224,"width":584,"height":808,"sizeSlug":"large"}

ଅପରପକ୍ଷରେ ତନ୍ତ୍ର ସାଧନା ପାଇଁ  ତନ୍ତ୍ରଶାସ୍ତ୍ରରେ ଯେଉଁ ପ୍ରୃଷ୍ଟ ସମୟର ବର୍ଣ୍ଣା ରହିଛି ତାହା ହେଉଛି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ମଧ୍ୟରାତ୍ର । ତେଣୁ ଏହି ଅଷ୍ଠମୀ ତନ୍ତ୍ର ସାଧାନା ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ । ତାନ୍ତ୍ରିକ ଭାଷାରେ ଆଜିର ରାତ୍ରିକୁ ଘୋର ରାତ୍ରି ବୋଲି କୁହାଯାଇଥାଏ । ନବ ଦୁର୍ଗାଙ୍କ ବିଭିନ୍ନ ସ୍ବରୂପ ମଧ୍ୟରୁ କାଳରାତ୍ରି ଅନ୍ୟତମ ।

{"id":187225,"sizeSlug":"large"}

ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହି ରାତ୍ରିରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ଆଜିର ଦିନରେ କାଳରାତ୍ରିଙ୍କୁ ତନ୍ତ୍ରୋକ୍ତ ମତରେ ଆରାଧାନା କଲେ ବିଶେଷ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ଉଭୟ ବାମାଚାର ଓ ଦକ୍ଷିଣାଚାର ତନ୍ତ୍ର ଲାଗି ଆଜିର ରାତ୍ରି ପ୍ରଶସ୍ଥ । ଭୈରବ ଏବଂ ଭରବୀଙ୍କୁ ସଂକଳ୍ପ ପୂର୍ବକ ଆରାଧାନା ସାଙ୍ଗକୁ କାଳରାତ୍ରିଙ୍କ ଆବାହନ ବିଧିରେ ତନ୍ତ୍ର ସାଧାନା କଲେ ମନୁଷ୍ୟ ନିଜର ସର୍ବ ଅଭିଷ୍ଟ ପୂରଣ ପାଇଁ ସକ୍ଷମ ହୁଏ ।

{"id":187226,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.