ପୁରୀ୨୨/୬: ରଥଯାତ୍ରା ପାଇଁ ରାତି ୯ଟାରୁ କର୍ଫ୍ୟୁ ଜାରି। ଆଜି ରାତି ୯ଟାରୁ ପୁରୀରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥର ରଥ ଟାଣି ପାରିବେନି ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ। ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିବେ ଭକ୍ତ। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମୀକ୍ଷା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ମନ୍ତ୍ରୀ ଅରୁଣ ସାହୁ ସ୍ବାଗତ କରିଛନ୍ତି। ପୁରୀରେ ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...