Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ : ଦିନକୁ ଦିନ ବୃଦ୍ଧି ପାଉଛି ନାବାଳକର ଜିଭ, ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଲା ଜିଲ୍ଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂଗଠନ

2/08/2019 at 1:36 PM

-୯ ବର୍ଷ ପୂର୍ବେ କରିଥିଲେ ଅପରେସନ୍

-ହେଲେ ମିଳିଲାନାହିଁ ସୁଫଳ

-ଆର୍ଥିକ ଅନାଟନରେ ପରିବାରବର୍ଗ

-ସହଯୋଗର ହାତ ବଢାଇଲେ ସାମାଜିକ ସଂଗଠନ

-ସାହାର୍ଯ୍ୟ ସହଯୋଗ କରିଲେ ଜିଲ୍ଲା ପ୍ରଶାସନ

-ବ୍ରହ୍ମପୁର ସିଟି ମେଡିକାଲ୍‌ରୁ କଟକକୁ ସ୍ଥାନାନ୍ତରିତ

-ଆବଶ୍ୟକସ୍ଥଳେ ସମସ୍ତ ପ୍ରକାର ସହାର୍ଯ୍ୟ ସହଯୋଗ ଯୋଗାଇବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର ୨|୮: ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ। ଦିନକୁ ଦିନ ନାବାଳକର ବୃଦ୍ଧି ପାଉଛି ଜିଭ। ଏବେ ଜିଭ ବୃଦ୍ଧି ଯୋଗୁଁ ନାବାଳକ କଷ୍ଟ ପାଉଛି। କଥା କହିପାରୁନାହିଁ କି ଠିକ୍‌ରେ ଖାଇ ପାରୁନାହିଁ। ଆବଶ୍ୟକ ଏବେ ଉଚ୍ଚତର ଚିକିତ୍ସା। ହେଲେ ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାରବର୍ଗ ବା କଣ କରିବେ! ତଥାପି ନାବାଳକ ପୁଅର ଚିକିତ୍ସା ପାଇଁ ପରିବାରବର୍ଗ ପୁରା ଚେଷ୍ଟାରେ ଲାଗିଛନ୍ତି।

ଗଞ୍ଜାମ ଜିଲ୍ଲା । ବେଳଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ସୁତୁମୁସୁର ଗାଆଁ। ବାପା ଗୌରହରି ବରାଡ ଓ ମାଆ ମାଳ ବରାଡଙ୍କ ୧୦ ବର୍ଷର ପୁଅ ଚିନ୍ମୟ ବରାଡ। ୬ଷ୍ଠ ଶ୍ରେଣୀରେ ଏବେ ଚିନ୍ମୟ ଅଧ୍ୟୟନରତ। ଭଲ ପଢାପଢି କରନ୍ତି। ହେଲେ ଭାଗ୍ୟ ଦେଉନି ସାଥ୍। ମାନେ ଚିନ୍ମୟର ରୂପକୁ ଦେଖିଲେ ଯିଏ ବି ହେବେ ଆଶ୍ଚର୍ଯ୍ୟ। ପାଟିର ଜିଭ ଆକସ୍ମିକ ଭାବେ ବଢିବାରେ ଲାଗିଛି। ଠିକ୍ ଭାବେ କଥା କହିପାରୁନାହିଁ କି ଠିକ୍ ଭାବେ ଖାଇ ପାରୁନାହିଁ ମଧ୍ୟ। ଚିନ୍ମୟକୁ ୬ ମାସ ହୋଇଥିବା ବେଳେ ସେତେବେଳେ ବାପା ମାଆ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି କଟକରେ ଅପରେସେନ୍ କରିଥିଲେ। ହେଲେ ସୁଫଳ କିଛି ମିଳିନାହିଁ। ଏବେ ଜିଭ ବଢିବାରେ ଲାଗିଛି।

ପରିବାର ଆର୍ଥିକ ଅନାଟନ ଦେଇ ଗତି କରୁଛି। ବାପା ଦିନ ମଜୁରିଆ। ଉଚ୍ଚତର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ପାଖରେ ନାହିଁ। ହେଲେ ପୁଅକୁ ଯେମିତି ହେଲେ ସୁସ୍ଥ କରିବାକୁ ବାପା ମାଆ ଲକ୍ଷ୍ୟ ରଖିଥିବା କହିଛନ୍ତି। ପୁଅ ଭଲ ପାଠ ପଢୁଥିବାରୁ ପୁଅକୁ ନେଇ ଅନେକ ସ୍ବପ୍ନ ଦେଖୁଥିବା ବାପା ମାଆ କହିଛନ୍ତି। ସରକାରୀ ସାହାର୍ଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ଚିନ୍ମୟଙ୍କ ଏଭଳି ଅବସ୍ଥା ଦେଖି ସାହାର୍ଯ୍ୟର ହାତ ବଢାଇଥିଲେ ଜଗନ୍ନାଥ ଗ୍ରୁଫ୍ ଅଫ୍ ଓଡିଶା ସଂଗଠନ। ଏହି ସଂଗଠନ ଚିନ୍ମୟଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ସିଟି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଆଉ ୩୦ ହଜାର ଟଙ୍କା ସାହାର୍ଯ୍ୟ କରିଛନ୍ତି। ଚିନ୍ମୟଙ୍କ ଏଭଳି ଅବସ୍ଥା ଜାଣି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସିଟି ମେଡିକାଲ୍ ଗସ୍ତକରି ରେଡ୍‌କ୍ରସ୍ ସୋସାଇଟିରୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ କଟକ ପରବର୍ତ୍ତୀ ସମୟରେ ଦିଲ୍ଲୀ ଏ.ଏମ୍.ଏସ୍ ରେ ଚିକିତ୍ସା କରିବା ପାଇଁ ସମସ୍ଥ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ଚିନ୍ମୟଙ୍କୁ ବ୍ରହ୍ମପୁରରୁ କଟକକୁ ସ୍ଥାନାନ୍ତରିତ କରାଯାଇଛି।

ଜିଲ୍ଲା ପ୍ରଶାସନର ସହାୟତରେ ଚିନ୍ମୟ ସୁସ୍ଥ ହୋଇପାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

   Related Posts