ତାଳୁରେ ପ୍ରତିଦିନ ଗୋଟିଏ ମିନିଟ ଜିଭ ଲଗାଇ ରଖନ୍ତୁ, ପାଇବେ ଏହିସବୁ ଫାଇଦା

Published By : Prameya-News7 Bureau | February 08, 2019 IST

wp:heading {"level":5}
ଆଜିକାଲି ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ରୋଗରେ ପିଡୀତ ହୋଇଥାନ୍ତି।  ରୋଗମୁକ୍ତ ହେବା ପାଇଁ ଲୋକେ ଅନେକ ଉପଚାର କରନ୍ତି। ସୁସ୍ଥ ରହିବା ପାଇଁ ଶରୀରର ଭଲ ଭାବେ ଦେଖା ରଖା କରିବାକୁ ପଡେ। ପ୍ରତିଦିନ ସକାଳେ ବ୍ୟାୟାମ କରିବା ଭଲ ଅଭ୍ୟାସ। ବ୍ୟାୟାମ କରିଲେ ଶରୀର ସୁସ୍ଥ ରହେ। ଜାଣନ୍ତୁ ଜିଭକୁ ତାଳୁରେ ଲଗାଇ ବ୍ୟାୟାମ କରିବା ଶରୀର ପାଇଁ କେମିତି ଲାଭଦାୟକ ହୋଇଥାଏ। ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ଜୀଭକୁ ତାଳୁରେ ଲଗାଇ ରଖିଲେ ହୋଇଥାଏ ୩ଟି ଜବରଦସ୍ତ ଫାଇଦା।
/wp:heading {"id":83245,"width":606,"height":454}
wp:heading {"level":5}
ଏହି ବ୍ୟାୟାମ କରିବା ପାଇଁ ଜୀଭକୁ ମୋଡି ତାଳୁରେ ଲଗାଇବା ଦରକାର। ଏହା ସହ ନାକରେ ଧିରେ ଧିରେ ନିଶ୍ୱାସ ନେବା ଉଚିତ୍‌ । ତା’ ପରେ ୫ ଯାଏଁ ଗଣି ନିଶ୍ୱାସ ବନ୍ଦ କରାଯାଏ। ପୁଣି ୫ ପର୍ଯ୍ୟନ୍ତ ଗଣି ଗମ୍ଭୀର ନିଶ୍ୱାସ ନେବା ଉଚିତ୍‌। ଏହା ପରେ ମୁହଁକୁ ନିଶ୍ୱାସରେ ଫୁଲାଇ ୧୦ ଯାଏଁ ଗଣିବା ଆବଶ୍ୟକ। ଏହି ପ୍ରକ୍ରିୟା ପରେ ମୁହଁରୁ ସିଟି ବଜେଇଲା ଭଳି ଆବାଜରେ ନିଶ୍ୱାସ ବାହାରିବା ଉଚିତ୍‌। ଏହି ବ୍ୟାୟାମ ପ୍ରତିଦିନ କରିଲେ ଅନେକ ମାରାତ୍ମକ ରୋଗ ଠିକ୍‌ ହୋଇଯାଏ।
/wp:heading {"id":83248,"width":591,"height":331}
wp:heading {"level":5}
 ଏହି ବ୍ୟାୟାମ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମୁହଁର ଲୋଚା କୋଚା ହେବା ଦୂର କରେ ଏହି ବ୍ୟାୟାମ । ଏହା ସହ ମୁହଁରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ। ଗୋଟେ ମିନିଟ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୀଭକୁ ମୋଡି ତାଳୁରେ ଲଗାଇଲେ ମୁହଁର ମାଂସପେଶୀର ବ୍ୟାୟାମ ହୁଏ । ଫଳରେ ମୁହଁର ସୌନ୍ଦର୍ଯ୍ୟ ବଢେ।
/wp:heading wp:heading {"level":5}
 ଲୋକଙ୍କର ପେଟ ସମସ୍ୟା ଥିଲେ ମଧ୍ୟ ଏହି ବ୍ୟାୟାମ କରିବା ଉଚିତ୍‌। ଏହା ପ୍ରକ୍ରିୟା ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ଏହି ବ୍ୟାୟାମ ଦ୍ବାରା ଗ୍ୟାସ, ଏସିଡିଟି ଭଳି ପେଟ ସମସ୍ୟା ଦୂର ହୋଇଥାଏ। କିଛି ଲୋକଙ୍କୁ ଶୋଇବା ସମୟରେ  ନିଶ୍ୱାସ ନେବାରେ ଅସୁବିଧା ହୁଏ। ତେବେ ଏହି ବ୍ୟାୟାମ ନିଶ୍ୱାସ ନେବାର ସମସ୍ୟା ଠିକ୍‌ କରିଥାଏ। ହାର୍ଟ ରୋଗୀଙ୍କ ପାଇଁ ଏହି ବ୍ୟାୟାମ ଲାଭଦାୟକ ହୋଇଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.