Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କ’ଣ ହେଲା କି ? କାଲିର ‘ସ୍ବର’ ଆଜି ହୋଇଗଲା ‘ବେସୁରା’

31/05/2020 at 10:18 PM

ଭୁବନେଶ୍ବର୩୧/୫: କରୋନା ଯୋଦ୍ଧାଙ୍କୁ ସଲାମ ଜଣାଇ କାଲି ରାଜ୍ୟ ସାରା ଏମିତି କି ଦେଶ ବିଦେଶରେ ଗାନ କରାଗଲା ବନ୍ଦେ ଉତ୍କଳ ଜନନୀ। ଦଳ ମତ ନିର୍ବିଶେଷରେ ସଭିଏଁ ଏଥିରେ ସାମିଲ ହେଲେ। କିନ୍ତୁ ୨୪ ଘଣ୍ଟା ନପୁରୁଣୁ ଆରମ୍ଭ ହୋଇଗଲା ପଲିଟିକ୍‌ସ। ସେପୁଣି ସେହି ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ।  ଏଥିରେ ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଆଗଧାଡ଼ିର ନେତାଏ।

ମୁଖ୍ୟମନ୍ତ୍ରୀ ଗାଇଲେ, କେନ୍ଦ୍ରମନ୍ତ୍ରୀ ଗାଇଲେ, ଡଙ୍ଗରିଆ କନ୍ଧ ଗାଇଲେ, ଶଙ୍କର ମହାଦେବନ ଗାଇଲେ , ସରକାରୀ ବେସରକାରୀ କର୍ମଚାରୀ ଗାଇଲେ, ଦଳ ମତ ନିର୍ବିଶେଷରେ ସଭିଏଁ ଏକସ୍ବରରେ ଗାଇଲେ ହେଲେ ଆଜି ହେଲେ ବେସୁରା। କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ମନବଳ ବଢାଇବା ଲାଗି ବନ୍ଦେ ଉତ୍କଳ ଜନନୀକୁ ଏକ ସ୍ବରରେ  ଗାଇଲେ  ବିରୋଧୀ ଓ ଶାସକ । କିନ୍ତୁ ଆଜି ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି । ବିଜେପି ଉଠାଇଛି ପ୍ରଶ୍ନ । ୨୦ ବର୍ଷ ଧରି ବନ୍ଦେ ଉତ୍କଳଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇ ପାରିଲେନି ସରକାର ।  ଏବେ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ବିଜେପି ଦାବି କରିଛି ।  ସେପଟେ କାଲି ବାଜା ବଜାଇ ସଙ୍ଗୀତ ଗାଇଥିଲେ ବି ଏବେ ସରକାରଙ୍କ ନିଷ୍ଠାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କହିଛି ସରକାରଙ୍କର ଯଦି ଏତେ ଆନ୍ତରିକତା ଅଛି ତେବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଉ ନାହାନ୍ତି କାହିଁକି ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ ସବୁ ଓଡିଆ ଏକାଠି ହୋଇ କରୋନା ଯୋଦ୍ଧାଙ୍କ ମନବଳ ବଢାଇବାକୁ ଏମିତି ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦଳ ମତ ମତ ନିର୍ବିଶେଷରେ ସବୁଠି ଏହାକୁ ସମର୍ଥନ ମିଳିଥିଲା । ସାରା ରାଜ୍ୟ ଏକ ସ୍ବରରେ ସଙ୍ଗୀତ ଗାଇଥିଲେ । ହେଲେ ଆଜି ବିରୋଧୀ ଏମିତି ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛି ବିଜେଡି । ଏବେ ଏହାକୁ ନେଇ ରାଜନୀତି କରିବାର ସମୟ ନୁହେଁ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଲାଗି ରାଜ୍ୟରେ ଦାବି ହୋଇ ଆସୁଛି । ଏବେ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ଗାଇବାକୁ ଅପିଲ କରିବା ପରେ ଏହି ଦାବି ଏବେ ଜୋର ଧରିଛି ।

   Related Posts