ଆସନ୍ତାକାଲି ଏମିତି ରହିବ ଆପଣଙ୍କ ରାଶିଫଳ : ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ

Published By : Prameya-News7 Bureau | December 29, 2019 IST

ମେଷ–ରୋଜଗାର ପାଇଁବାତାବରଣ ଅନୁକୂଳ ରହିଛି । ପରୋପକାରୀ ହୋଇପାରନ୍ତି । ବଂଶର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବେ । ମନ ପ୍ରସନ୍ନ ରହିବ । ଦୁୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବୃଷ–ଆୟରେ ଉନ୍ନତି ଘଟିବ । କାର୍ଯ୍ୟବ୍ୟସ୍ତ ବହୁଳ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗାଢ କଫି । ଶୁଭ ଅଙ୍କ ୬ ।

ମିଥୁନ - କାର୍ଯ୍ୟରେ ବିଘ୍ନ ଘଟିପାରେ, ତଥାପି ଆମୋଦ-ପ୍ରମୋଦରେ ସମୟ ବିତାଇବେ । ସ୍ୱାଭିମାନୀ ହୋଇପାରନ୍ତି ।ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କର୍କଟ–ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ ।ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ସିଂହ –କର୍ମକ୍ଷେତ୍ରରେ ବିଚଳିତ ହୋଇପାରନ୍ତି । ଅହଂ ମନୋଭାବ ପୋଷଣ କରିବେ ।ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା, ଭାବ ରହିବ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କନ୍ୟା – ପାରିବାରିକ ସମସ୍ୟା ଦେଖା ଦେଇ ପାରେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ତୁଳା– ଯାତ୍ରା ଜନିତ ସମସ୍ୟା ଦେଖା ଦେଇପାରେ । ମାନ-ମନାନ୍ତର ଘଟିପାରେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ଓ ଉଦାର ସ୍ୱଭାବର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବିଛା–ଭ୍ରାତୃବିବାଦର ଅବସାଦ ଘଟିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାର ହେବେ । ମଧୁର ଭାଷୀ ହୋଇପାରନ୍ତି ।ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ଗାଢ ୟେଲୋ । ଶୁଭ ଅଙ୍କ ୭ ।

ଧନୁ – ଅପ୍ରିୟ ପରିସ୍ଥିତିରୁ ଉଧୁରି ଯିବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପରମ ଭାଗ୍ୟଶାଳୀ ସହ ଏକ ପତ୍ନୀବ୍ରତଧାରୀହେବେ । ମିତ୍ରସୁଖ ମିଳିବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ମକର– ଆର୍ଥିକ ଅନଟନ ଦୁରୀଭୂତ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କୁମ୍ଭ  -ବହୁକ୍ଷେତ୍ରରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି ।ଚଞ୍ଚଳ ସ୍ୱଭାବର ହେବେ । ମଧୁର ଭାଷା ବ୍ୟବହାର କରି ଅଧସ୍ତନମାନଙ୍କର ମନ କିଣିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମୀନ - ଭାବିଷ୍ୟତ ପାଇଁକାର୍ଯ୍ୟପନ୍ଥା ସ୍ଥିର କରିବେ । ବିଭିନ୍ନସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହୋଇ, ଧନ ପ୍ରାପ୍ତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.