ମଙ୍ଗଳବାରର ରାଶିଫଳ: ଜାଣନ୍ତୁ କେମିିତି କଟିବ ଦିନ

Published By : Prameya-News7 Bureau | December 02, 2019 IST

ରାଶିଫଳ୨/୧୨: ମେଷ – ବ୍ୟବସାୟ ଲାଭଜନକ ହେବ। ଦୀର୍ଘ ଦିନର ଆଶା ଫଳବତୀ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ। ଅଣ୍ଟାରେ ବ୍ୟଥା ଉପୁଜିପାରେ। ଶୁଭ ରଙ୍ଗ ଲାଲ। ଶୁଭ ଅଙ୍କ ୪।

ବୃଷ –ଯୁଗ୍ମ ବ୍ୟବସାୟରେ ଲାଭ ପାଇ ଖୁସି ହୋଇପାରନ୍ତି। ଅଧିକାଂଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। କାହାରି ହାତଟେକା ଦାନକୁ ଗ୍ରହଣ ନ କରି ସ୍ୱାଭିମାନରେ ବଞ୍ଚି ରହିବାକୁ ଉଦ୍ୟମ ଜାରି ରଖିବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୭।

ମିଥୁନ - ଆସ୍ଥାବାନ୍ ହେବେ। ବ୍ୟବସାୟ ଲାଭଜନକ ହେବ। ବିବାହ ପାଇଁ ଯେତେ ଉଦ୍ୟମ ଚଳାଇଲେ ବି, ତାହା ବିଳମ୍ବିତ ହୋଇପାରେ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ପାଇବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୧।

କର୍କଟ – ଆଗକୁ ବଢିବାକୁ ହେଲେ ସତର୍କତା ଆବଶ୍ୟକ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଧନାଦିଯୁକ୍ତ ଓ ନୀରୋଗୀ ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।

ସିଂହ – ଯୋଗାଯୋଗରେ ପ୍ରଦତି ଘଟିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳ ହେବେ। ହସ-ଖୁସିରେ ସମୟ ବିତିବ। ଦାତା,ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୨।

କନ୍ୟା – ଅର୍ଥ ବିନିଯୋଗ କରି ସଫଳତା ମିଳିବା କଷ୍ଟସାଧ୍ୟ ହେବ। ସମ୍ମାନକୁ ଜଗି ଚଳିବାକୁ ପଡିବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୮।

ତୁଳା – ନିଜକୁ କଳହମୁକ୍ତ ରହିବାକୁ ଉଦ୍ୟମ ଜାରି ରଖିବେ। ସତର୍କତା ସହ ନ ଚଳିଲେ ଆଘାତ ପ୍ରାପ୍ତ ହୋଇପାରନ୍ତି। ସହଳଗୁଣ୍ୁକ୍ତ, ସୁଖୀ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୫।

ବିଛା – ରାଜନୀତିରେ ରହିବା ଦ୍ୱାରା ହୋଇଥିବା ଲାଭକ୍ଷତିର ସମୀକ୍ଷା କରିବେ। ଯେକୌଣସି ସୂତ୍ରରୁ ଧନାଗମ ହେବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ପରଧନରେ ଧନୀ ହୋଇପାରନ୍ତି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୩।

ଧନୁ – ଧନବାନ୍ ଓ ଉପାର୍ଜନକାରୀ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ନୂଆବନ୍ଧୁଙ୍କୁ ଆୟୁଧ କରି କାର୍ଯ୍ୟ ହାସଲ କରିପାରନ୍ତି। ପାଣ୍ଡିତ୍ୱଯୁକ୍ତ ହେବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧।

ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କାର୍ଯ୍ୟ ବାଧା ଉପୁଜି ପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।

କୁମ୍ଭ  - ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ। ନାନାବିଧି ସମ୍ମାନର ଅଧିକାରୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।

ମୀନ - ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ସରକାରୀ ଅର୍ଥ ପାଇପାରନ୍ତି। ଧର୍ମର ଆଧାର ହେବେ। ସୁଗୁଣ ସମ୍ପନ୍ନ ହେବେ। ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ଓ ଧନରେ ବିଜୟ ହାସଲ କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.