ଆସନ୍ତାକାଲି ଏମିତି ରହିବ ଆପଣଙ୍କ ରାଶିଫଳ : ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ

Published By : Prameya-News7 Bureau | November 20, 2019 IST

ମେଷ – କାମରେ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ଓ ପାରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ । ଭ୍ରମଣ ଯୋଗ ରହିଛି । ଚାକିରୀରେ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ଅଛି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୮ ।

ବୃଷ – ଜୀବନକୁ ସୁନ୍ଦର କରିବାର ଉମ ସୁଯୋଗଟିଏ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବ । ଜୀବନ ସାଥୀଙ୍କ ସାନିଧ୍ୟ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମିଥୁନ - ବ୍ୟବସାୟରେ ବଡ କାରବାର ପାଇଁ ଚୁକ୍ତି ହୋଇପାରେ । ଧାର ଟଙ୍କା ମିଳିବ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କର୍କଟ – ଜୀବନରେ ସକାରାତ୍ମକ ପରିର୍ବନ ଆସିବ । କାମରେ ସଫଳତା ଏବଂ ନେତା ଓ ଉଚ୍ଚାଧିକାରୀଙ୍କ ସହ ଯୋଗ ମିଳିବ । କାମରେ ବିଦେଶ ଯାତ୍ରା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ସିଂହ – ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାର୍ଯ୍ୟ ସହଜ ହେବ । ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ହେବ । ପରିବାର ସହ ଭ୍ରମଣରେ ଯିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା – ଯୋଜନାକୁ ଗୋପନ ରଖନ୍ତୁ । କାମରେ ତାଲିକାକରି ଆଗକୁ ବଢନ୍ତୁ । ରାଜନୀତିରେ ସଫଳତା ମିଳିବ । ପିଲାମାନଙ୍କ ଶିକ୍ଷା ପାଇଁ ଚିନ୍ତିତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ଅଫିସରେ ପୁରୁଣା ସମସ୍ୟା ସମାଧାନ ହୋଇପାରେ । ବ୍ୟବସାୟରୁ ଭଲ ଫଳାଫଳ ମିଳିବ । ସ୍ୱାମୀ , ସ୍ତ୍ରୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବିବାଦ ଦେଖାଦେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବିଛା – ସପରିବାର ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଅଧୁରା ଥିବା କାମ ବନ୍ଧୁଙ୍କ ସହ ଯୋଗରେ ପୁରା ହେବ । ସାମାଜିକ ସମ୍ମାନ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

ଧନୁ – ଜୀବନସାଥୀଙ୍କ ପରାମର୍ଶରେ ନୂଆ କାର୍ଯ୍ୟରେ ଅର୍ଥ ଲଗାଇବେ । ସାମାଜିକ ସଂପର୍କ ବୃଦ୍ଧି ପାଇବ । ଚାକିରିରେ ପଦୋନ୍ନତି ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ମକର – ବ୍ୟବସାୟରୁ କମ୍ ଲାଭ ମିଳିବ । ବିଦେଶରେ ଚାକିରି ସମ୍ଭାବନା ଅଛି । ବୈବାହିକ ଜୀବନରେ ସୁଖ ଶାନ୍ତି ରହିବ । ପିଲାମାନେ ଉଚ୍ଚ ପଦ ହାସଲ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କୁମ୍ଭ - ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ । ଆତ୍ମବିଶ୍ୱାସ ଓ ସଚ୍ଚୋଟ ପାଇଁ ଆଗକୁ ବଢିବା ସହଜ ହେବ । ମିତ୍ରଙ୍କ ମାଧ୍ୟମରେ ଲାଭ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ମୀନ - ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ୱତନ୍ତ୍ର ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାର୍ବାା ହେବେ । ବ୍ୟବସାୟରୁ ଲାଭ କମ୍ ମିଳିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.