Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଆସନ୍ତାକାଲି ଏମିତି ରହିବ ଆପଣଙ୍କ ରାଶିଫଳ : ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ

15/11/2019 at 9:15 PM

ମେଷ – କୃଷି କାର୍ଯ୍ୟରେ ସାମାନ୍ୟ ଲାଭ ମିଳିବ । ସ୍ୱାଧୀନ ଭାବେ କିଛି କରିବାକୁ ସକ୍ଷମ ନ ହୋଇ ପରାଶ୍ରୟ ହୋଇପାରନ୍ତି । ହଠାତ୍ କିଛିଧନ ମିଳିପାରେ । ମନ ପ୍ରଫୁଲ୍ଲ ରହିବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୩ ।

ବୃଷ – କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସାଧନାରେ ସିଦ୍ଧି ଲାଭ କରିବେ । ବହୁ ଶୁଭଫଳ ଆଶା କରାଯାଏ । ଧନବାନ୍ ହେବେ । ଉପାର୍ଜନ ଉଣା ହେବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମିଥୁନ – ଅଯଥାରେ ଅପବ୍ୟୟ ହେବ । ସାଙ୍ଗ-ସାଥିମାନଙ୍କ ମଧ୍ୟରେ ବିବାଦ ହୋଇପାରେ । ସାମାନ୍ୟ ଘଟଣାରେ କ୍ରୋଧଯୁକ୍ତ ହେବେ । ଚଳ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

କର୍କଟ – ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରୀତି ଭୋଜନ ମିଳିପାରେ । ଦେବ ମନ୍ଦିରରେ ପୂଜାର୍ଚ୍ଚନା କରିପାରନ୍ତି । ନାନା ବିଧି ସମ୍ମାନର ଅଧିକାରୀ ହେବେ । ଯାନବାହନ ଯୁକ୍ତ ହେବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

ସିଂହ – ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ଆୟ ଉମ ଧରଣର ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ମନସ୍କାମନା ପୂରଣ ହେବ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କନ୍ୟା – ଭ୍ରମଣ ଆପଣଙ୍କ ପାଇଁ ସୁଖ ଦାୟକ ହେବ । ଜନୈକ ମହିଳାଙ୍କ ସହାୟତାରୁ ଉପକୃତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁନାଶ କରିପାରନ୍ତି, ମାତ୍ର ବହୁ କଷ୍ଟରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ତୁଳା – କାର୍ଯ୍ୟରେ ଆଂଶିକ ସଫଳତା ମିଳିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ପର ଧନରେ ଧନୀ ହୋଇପାରନ୍ତି । ମହିଳାମାନଙ୍କ ମନୋରଞ୍ଜନକାରୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ବିଛା – ଚେଷ୍ଟା ଫଳ ଦାୟକ ହେବ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିବେ । ଦାନ-ପୁଣ୍ୟରେ ଇଚ୍ଛା ପ୍ରକାଶ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ଧନୁ – ବିଘ୍ନକାରୀ ଶତ୍ରୁମାନଙ୍କ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ପଡିବ । ଯଶସ୍ୱୀ ହେବେ । ଅମୃତ ବାଣୀରେ ବଶ କରି କାର୍ଯ୍ୟ ହାସଲ କରିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର – ଏକାଧିକ ସ୍ତରରୁ ସହଯୋଗ ମିଳିବ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍ କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

କୁମ୍ଭ – ବନ୍ଧୁଙ୍କ ପ୍ରତି ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଧନାଗମର ସୂଚନା ମିଳୁଛି । ସୌଭାଗ୍ୟ ସମ୍ପନ୍ନ ହେବେ । ଧନଯୁକ୍ତ ଓ ପୂଜା କାର୍ଯ୍ୟରେ ନିରତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମୀନ – ନିଜକୁ ଅସହାୟ ମନେ କରିପାରନ୍ତି । ଆଚାନକ ସାହାର୍ଯ୍ୟ ମିଳିପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

   Related Posts