ଆସନ୍ତାକାଲି ଏମିତି ରହିବ ଆପଣଙ୍କ ରାଶିଫଳ : ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ

Published By : Prameya-News7 Bureau | November 02, 2019 IST

ମେଷ – ଉପୁଜିଥିବାର ସୁଧାର ଆସି ପାରେ । ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି । ସେବାନୁରକ୍ତ ହେବେ । ପ୍ରଭାବ ବିସ୍ତାର କରିପାରନ୍ତି । ଅବିବାହିତଙ୍କର ବିବାହ ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବୃଷ – ଆତ୍ମରକ୍ଷା ପାଇଁ କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ବ୍ୟବସାୟ ଲାଭଜନକ ହେବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ମିଥୁନ - ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି । ପାରିବାରିକ ସୁଖ ମିଳିବ । ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ସତ୍ କର୍ମରେ ବ୍ୟୟ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

କର୍କଟ – ମନ ବିଷାଦ ହୋଇପାରେ । କୃଷିରୁ ଲାଭବାନ୍ ହେବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଶାସ୍ତ୍ରବିତ୍ ହୋଇପାରନ୍ତି । ବ୍ରହ୍ମ ଉପାସକ ଓ ଗୁରୁଙ୍କ ପଦାରବିନ୍ଦରେ ଲୟ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ସିଂହ – ମାନସିକ ଶାନ୍ତି ଫେରି ପାଇବେ । ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

କନ୍ୟା – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସତ୍ ସଙ୍ଗୀ ହେବେ । ସୁଖ ଶାନ୍ତିରେ ସମୟ ବିତାଇ ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା – ଅଧିକାରରେ ପରିର୍ବନ ଘଟିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମନରେ ସରସତା ଆସିବ । ଗୃହରେ ମଙ୍ଗଳକାର୍ଯ୍ୟ କର୍ମ କରିପାରନ୍ତି ।ଉନ୍ନତି ମାର୍ଗରେ ଆଗେଇ ଯିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ବିଛା – ଗୃହରେ ଅଭାବ ଦେଖା ଦେଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମନ ପ୍ରଫୁଲ୍ଲ ରହିବ । ଦେବ ଦର୍ଶନର ସୁଯୋଗ ଅଛି । ଚଳ ପ୍ରକୃତିର ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ଧନୁ –ଦକ୍ଷତା ଉପଯୋଗ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମକର – ଆଶା ଫଳବତୀ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସାଧନା ସିଦ୍ଧି ପ୍ରାପ୍ତ ହେବେ । ଗୃହ ପରିବେଶ ସନ୍ତୋଷ ଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କୁମ୍ଭ - କଷ୍ଟ ଦୂରେଇ ଯିବ । ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି । ପରୋପକାରୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମୀନ - ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.