ଅପେକ୍ଷା ଶେଷ: କାଲିଠୁ ମଦ ହୋମ୍ ଡେଲିଭରି, ଅନୁମତି ଦେଲେ ରାଜ୍ୟ ସରକାର

Published By : Prameya-News7 Bureau | May 23, 2020 IST

ଭୁବେନଶ୍ଵର ୨୩।୦୫: ଲକ୍‌ଡାଉନ୍‌ ସମୟରେ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ଡେଲିଭରିକୁ ଅନୁମତି ଦେଇଛନ୍ତି। ତେଣୁ ଦୋକାନ ନଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ଘରେ ପହଞ୍ଚାଇ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠୁ ରାଜ୍ୟରେ  ହେବ ମଦର ହୋମ୍ ଡେଲିଭରି। କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁଠି ମଦର ହୋମ ଡେଲିଭରି ହେବ। ମଦ, ବିୟର ଉପରେ ସ୍ପେଶାଲ କୋଭିଡ୍ ଫି ଲାଗିବ। ଅର୍ଥାତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ।

କାଲିଠୁ ରାଜ୍ୟରେ ଆରମ୍ଭ ହେବ ମଦ ହୋମ୍‌ ଡେଲିଭରି, ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ। ରାଜ୍ୟ ସରକାର  ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ କରି ଅନ୍‌ଲାଇନ୍‌ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ଅନ୍ ଓ ଅଫ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି ଦେବେ। ହଜାରେ ଟଙ୍କା ଯାଏ ଅର୍ଡର ଉପରେ ଲାଗିବ ଶହେ ଟଙ୍କା। କିନ୍ତୁ ଡେଲିଭରି ଚାର୍ଜ, ମଦ ଡେଲିଭରି ଚାର୍ଜ କୌଣସି ସ୍ଥିତିରେ ୩ ଶହ ଟଙ୍କାରୁ ଅଧିକ ହେବନି।

ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନ ଡିସପ୍ଲେ ରଖିବେ। ଡିସପ୍ଲେରେ ଫୋନ୍ ନମ୍ବର, ହ୍ଵାଟ୍ସସପ୍ ନଂ, ଇ-ମେଲ୍‌ ଆଇଡି ରହିବ। ଦୋକାନ  ବାହାରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା  ରହିବ। osbc.co.in.ରେ ଜିଲ୍ଲାଓ୍ଵାରୀ ତଥ୍ୟ ରହିବ। ସମସ୍ତ ପ୍ରକାରର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ଵେବ୍‌ସାଇଟ୍‌ରେ ଉପଲବ୍ଧ ରହିବ। ରିଟେଲର ମଧ୍ୟ ଏହି ହୋମ୍ ଡେଲିଭରି ବ୍ୟବସ୍ଥାରେ ମଦ ଦେଇ ପାରିବେ। କିନ୍ତୁ ଏଥିପାଇଁ ରିଟେଲରଙ୍କୁ ଦୋକାନ ସାମ୍ନାରେ ଭିଡ ନକରିବା ପାଇଁ ପ୍ରତିଶ୍ରୁତି ଦେବାକୁ ହେବ।

ଗ୍ରାହକ ଫୋନ୍‌ କରି, ଏସଏମଏସ, ହ୍ଵାଟ୍ସଆପ୍, ଇମେଲ୍ ଜରିଆରେ ମଦର ଅର୍ଡର ଦେଇ ପାରିବେ। OSBC Ltd  ଦ୍ଵାରା ଧାର୍ଯ୍ୟ ଦରରେ ରିଟେଲର ମଦର ହୋମ ଡେଲିଭରି କରିବେ। ୧୦୦୦ ଟଙ୍କା ଉପରେ ଡେଲିଭରୀ ଚାର୍ଜ ୧୦୦ ଟଙ୍କା ଲାଗିବ। ଏହା ପରେ ପ୍ରତି ୫୦୦ ଟଙ୍କା ଅର୍ଡର ଉପରେ ଅତିରିକ୍ତ ୨୫ ଟଙ୍କା ଚାର୍ଜ ଲାଗିବ। କିନ୍ତୁ କୌଣସି ସ୍ଥିତିରେ ଡେଲିଭରି ଚାର୍ଜ ୩୦୦ରୁ ଅଧିକ ହେବ ନାହିଁ।

ହୋମ୍ ଡେଲିଭରି କରିବାର ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଭିତରେ ହେବ। ଅର୍ଡର ହେବାର ଛଅ ଘଣ୍ଟା ଭିତରେ ମଦ ଗ୍ରାହକଙ୍କ ପାଖରେ ଡେଲିଭର ହୋଇଯିବ। ଡେଲିଭରି ବୟ ରିଟେଲର ଓ ଏଜେନ୍ସି ପକ୍ଷରୁ ଜାରି ଆଇକାର୍ଡ ପିନ୍ଧିବା ଦରକାର। ଏହା ସହିତ ଡେଲିଭରି ସମୟରେ ଯାତାୟାତ ଲାଗି ଆବଶ୍ୟକ ପାସ୍‌ ରଖିବାକୁ ପଡିବ। ଖରିଦ୍‌ର ଚାଲାଣରେ ସ୍ପଷ୍ଟ ଭାବେ ଗ୍ରାହକଙ୍କ ନାମ, ଠିକଣା, ମଦର ପରିମାଣ ଏବଂ ଏମଆରପି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.