Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨୮ ସେପଟେମ୍ବରରେ ଏହି ୬ଟି ରାଶିର ଲୋକଙ୍କୁ ମିଳିବ ନିଟଳ ପ୍ରେମ

27/09/2019 at 4:14 PM

ଶାସ୍ତ୍ର ଅନୁସାରେ ଆସନ୍ତା କାଲି ଶନି ଅମାବାସ୍ୟା ରାତିରେ ଅନେକ ରାଶିର ଲୋକେ ନିଜ ଜୀବନର ପ୍ରକୃତ ପ୍ରେମ ହାସଲ କରିବେ। ଏହି ରାଶିର ଲୋକଙ୍କ ଜୀବନର ସବୁ ସମସ୍ୟା ଦୂର ହେବ। ତେବେ ଜାଣନ୍ତୁ କାଲିର ରାତି କେଉଁ ରାଶିଙ୍କ ପାଇଁ ଶୁଭ ରହିଛି।

କନ୍ୟା ଓ ତୁଳା ରାଶି- ଶାସ୍ତ୍ର ଅନୁସାରେ କାଲିର ରାତି କନ୍ୟା ରାଶି ଓ ତୁଳା ରାଶି ପାଇଁ ବହୁତ ଭଲ। ଉଭୟ ରାଶିକୁ ପ୍ରେମ ମାଧ୍ୟମରେ ପ୍ରକୃତ ଜୀବନସାଥୀ ମିଳିବ। ଜୀବନରେ ଖୁସି ହିଁ ଖୁସି ଆସିବ। ଯେଉଁମାନଙ୍କ ପ୍ରେମ ସମ୍ପର୍କରେ ଅସୁବିଧା ଥିବ ସେମାନଙ୍କର ସମସ୍ୟା ମଧ୍ୟ ଦୂର ହେବ। ପ୍ରେମ ହାସଲ କରିବାରେ ସଫଳ ହେବେ ଏହି ରାଶିର ଲୋକେ। ଶନିଦେବଙ୍କ କୃପା ଏମାନଙ୍କ ଜୀବନରେ ସର୍ବଦା ରହିବ।

ବୃଷ ଓ କୁମ୍ଭ ରାଶି- ଆସନ୍ତା କାଲି ରାତିରେ ବୃଷ ଓ କୁମ୍ଭ ରାଶିର ଲୋକଙ୍କ ଜୀବନରେ ଏନେକ କିଛି ଭଲ ହେବ। ସେମାନଙ୍କ ନିଜ ଲଭ ଲାଇଫ ବିଷୟରେ ଭଲ ଖବର ମିଳିବ। ଉଭୟ ରାଶିର ଲୋକଙ୍କର ସବୁ ସ୍ବପ୍ନ ପୂରଣ ହେବ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ନିବିଢ ସମ୍ପର୍କ ଗଢିଉଠିବ। ନିଜ ମନର କଥା ପ୍ରକାଶ କରିବା ପାଇଁ ଏହା ସଠିକ୍‌ ସମୟ। ଶନିଦେବଙ୍କ ଦର୍ଶନ କଲେ ଜୀବନ ସୁଖମୟ ହେବ।

ମକର ଓ ମିଥୁନ ରାଶି- ଶାସ୍ତ୍ର ଅନୁସାରେ ମକର ଓ ମିଥୁନ ରାଶି ପାଇଁ କାଲି ରାତି ଖୁବ ଶୁଭ ରହିଛି। ଏମାନଙ୍କ ଜୀବନର ଅନେକ ସମସ୍ୟା ସମାଧାନ ହେବ। ପ୍ରେମ ଜୀବନରେ ସଫଳତା ମିଳିବା ସହ ଭାଗ୍ୟଶାଳୀ ପାର୍ଟନର ପାଇବେ। ଏମାନଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧିର ଆଗମନ ହେବ। ପ୍ରେମ ପ୍ରସ୍ତାବ ଦେବା ପାଇଁ ଏହା ସମ୍ପୂର୍ଣ୍ଣ ଠିକ୍‌ ସମୟ। ଏମାନଙ୍କ ପ୍ରେମ ଜୀବନରେ ଶନିଦେବଙ୍କ କୃପା ରହିବ।

   Related Posts