ସେପଟେମ୍ବର ୨୫ତାରିଖରେ ରାଜା ହୋଇ ଆସିବେ ବୁଧ ମହାଗ୍ରହ, ଏହି ୬ଟି ରାଶିକୁ ମିଳିବ ରାଜସୁଖ

Published By : Prameya-News7 Bureau | September 24, 2019 IST

ଶାସ୍ତ୍ର ଅନୁସାରେ ଗ୍ରହ ପରିବର୍ତ୍ତନ କ୍ରମରେ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୨୫ତାରିଖରୁ ବୁଧଗ୍ରହ ରାଜା ହୋଇ ଆସିବେ। ଏଥିପାଇଁ କିଛି ରାଶିର ଲୋକଙ୍କୁ ରାଜସୁଖ ମିଳିବାର ସମ୍ଭାବନା ରହିଛି ତଥା ସେମାନଙ୍କ ଜୀବନରେ ଥିବା ସବୁ ଦୁଃଖ ଦୂର ହେବ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ପାଇଁ ୨୫ ତାରିଖ ଶୁଭ ରହିଛି ଜାଣନ୍ତୁ।  

ଧନୁ ଓ କନ୍ୟା ରାଶି- ଶାସ୍ତ୍ର ଅନୁସାରେ ସେପଟେମ୍ବର ମାସ ୨୫ ତାରିଖରେ ବୁଧ ରାଜା ହୋଇ ଆସିବେ। ଏଥିପାଇଁ ଧନୁ ଓ କନ୍ୟା ରାଶିର ଲୋକଙ୍କୁ ରାଜସୁଖ ମିଳିପାରେ। ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇପାରେ। ଏହି ଲୋକଙ୍କ ମାନ ସମ୍ମାନରେ ବୃଦ୍ଧି ହୋଇପାରେ। ଉଭୟ ରାଶିର ଲୋକଙ୍କ ଜୀବନରେ ଅନେକ ସଫଳତା ଆସିବ। ପ୍ରେମ ଜୀବନରେ କିଛି ନୂଆ ଓ ଭଲ ହେବ। ଲୋକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଶ୍ରୀଗଣେଶ ଦର୍ଶନ କଲେ ମଙ୍ଗଳ ହେବ।

ବୃଷ ଓ ବିଚ୍ଛା ରାଶି- କାଲି ବୁଧ ରାଜା ହୋଇ ଆସିବେ। ଏଥିପାଇଁ ବୃଷ ଓ ବିଚ୍ଛା ରାଶିର ଲୋକଙ୍କ ଜୀବନରେ ସୁଧାର ଆସିବ।ଜୀବନରେ ବେଶ ସୁଖ, ଶାନ୍ତି ଓ ସମୃଦ୍ଧି ଆସିପାରେ। ଏମାନଙ୍କ ଅଧୁରା ସ୍ବପ୍ନ ପୂରଣ ହେବ। ଏମାନଙ୍କୁ ସବୁ ଜିନିଷରେ ଖୁସି ମିଳିବ। ଘରେ ଥିବା ସବୁ ସମସ୍ୟାର ସମାଧାନ ହେବ। କ୍ୟାରିଅରରେ ସଫଳତା ହାସଲ ହେବ। ଶ୍ରୀଗଣେଶଙ୍କୁ ଏହି ସମୟରେ ପୂଜା କରିବା ଉଚିତ୍‌।

କୁମ୍ଭ ଓ ତୁଳା ରାଶି- ଶାସ୍ତ୍ର ଅନୁସାରେ କାଲି ବୁଦ୍ଧ ରାଜା ହୋଇ ଆସିବେ। ଏହା କୁମ୍ଭ ଓ ତୁଳା ରାଶି ପାଇଁ ଅତ୍ୟନ୍ତ ଶୁଭ ହୋଇପାରେ। ପରିବାରରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିପାରେ। ଏମାନଙ୍କ ଜୀବନରେ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉଭୟ ରାଶିର ଲୋକଙ୍କ ସବୁ ଇଚ୍ଛା ପୂରଣ ହେବ।  ଶ୍ରୀଗଣେଶଙ୍କୁ ପୂଜା କଲେ ମନସ୍କାମନା ପୂରଣ ହେବ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.