Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରଥଯାତ୍ରା ମାମଲା : ରିଭ୍ୟୁ ପିଟିସନ ଗ୍ରହଣ କଲେ ସୁପ୍ରିମକୋର୍ଟ, କାଲି ଦିନ ୧୧ଟାରେ ହେବ ଶୁଣାଣି

21/06/2020 at 2:21 PM

ନୂଆଦିଲ୍ଲୀ ୨୧|୦୬: ରଥଯାତ୍ରା ନେଇ ଆସନ୍ତାକାଲି ଶୁଣାଣି ହେବ । ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଏହି ମାମଲାର ଶୁଣାଣି ହେବ । ଦିନ ୧୧ଟାରେ ସୁପ୍ରିମକୋର୍ଟର ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଏସ୍‌.ରବିନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଭିଡିଓ କନ୍‌ଫରେନ୍ସି ଜରିଆରେ ଭର୍ଚ୍ୟୁଆଲ୍‌ କୋର୍ଟ ନଂ-୩ରେ ହେବ ଶୁଣାଣି । ସୁପ୍ରିମକୋର୍ଟ ନିଜ ପୂର୍ବ ଶୁଣାଣିରେ ରଥଯାତ୍ରା ଉପରେ ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ । ସାରାଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ରହିଛି । ତେଣୁ ଏଭଳି ସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିଥିଲା , ଏବଂ ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ମାନିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେପଟେ ରଥଯାତ୍ରା କରିବା ନେଇ ବିଭିନ୍ନ ମହଲରୁ ଦାବି ଉଠୁଥିଲା ।

ସୂଚନାଯୋଗ୍ୟ ଯେ, ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା  ଆୟୋଜନ ପାଇଁ ଦାବି ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ସର୍ବୋଚ୍ଚ ଅଦାଲତରେ ଗତ ଦୁଇ/ତିନି ଦିନରେ  ତିନୋଟି ପିଟିସନ ଓ ଦୁଇଟି ମୋଡିଫିକେସନ ପିଟିସନ ଦାୟର ହୋଇଛି । ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି ଶୁଣାଣି ହେବ ତାକୁ ନେଇ ସୃଷ୍ଟି ହୋଇଥିଲା ସସ୍‌ପେନ୍‌ସ୍‌ । କିନ୍ତୁ ରିଭ୍ୟୁ ପିଟିସନ ଗୁଡିକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ ।  ଆସନ୍ତାକାଲି ଅର୍ଥାତ ସୋମବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି । ଆସନ୍ତାକାଲି  ସକାଳ ୧୧ଟାରେ ଏହି ମାମଲାରୁ ଶୁଣାଣି କରାଯିବ ।  ଅନ୍ୟ ସବୁଯାଗାରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଯୁକ୍ତି ରଖାଯାଇଛି ।

   Related Posts