କେମିତି ଭକ୍ତ ଦେଖିବେ ଶ୍ରୀଜଗନ୍ନାଥଙ୍କୁ ସେମାନଙ୍କ ପ୍ରିୟ ଟିଭି ଚ୍ୟାନେଲରେ : କାଲି ଶ୍ରୀମନ୍ଦିର ପ୍ରଶାସନ ନେବ ନିଷ୍ପତ୍ତି

Published By : Prameya-News7 Bureau | June 10, 2019 IST

ପୁରୀ ୧୦/୬: ପୁରୀର ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ସିଧା ପ୍ରସାରଣ ଉପରେ କଟକଣାକୁ ନେଇ ବିରୋଧ ବଢିବାରେ ଲାଗିଛି । ରଥଯାତ୍ରା ପ୍ରସାରଣର ରାଇଟ୍ସ ଲାଗି ଶ୍ରୀ ମନ୍ଦିର ପ୍ରଶାସନ ଟେଣ୍ଡର କରିଛି । ଏହାକୁ ଭକ୍ତ ଓ ରାଜନୈତିକ ଦଳ ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ରଥଯାତ୍ରାର ପ୍ରସାରଣର ନିଲାମ କରି ଧର୍ମ ନାଁରେ ଅର୍ଥ ରୋଜଗାର କରିବା ଓ ପୁଞ୍ଜିବାଦକୁ ପ୍ରୟାସ ଦେବା ଠିକ ନୁହେଁ ଏପରି ହେଲେ ରଥ ଦାଣ୍ଡରେ ବିରୋଧ ହେବ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି ମଧ୍ୟ ଏହି ବ୍ୟବସ୍ଥାକୁ ସମାଲୋଚନା କରିଛି । ତେବେ ମନ୍ଦିର ପ୍ରଶାସନର ଯୁକ୍ତି ଯଦି ଟିଭି ଚ୍ୟାନେଲ ଅର୍ଥ ରୋଜଗାର କରୁଛନ୍ତି ଜଗନ୍ନାଥ ମନ୍ଦିରକୁ ମିଳିଲେ ଅସୁବିଧା କଣ ।

{"id":121850,"width":595,"height":352}

କେମିତି ଭକ୍ତ ଦେଖିବେ ଶ୍ରୀଜଗନ୍ନାଥଙ୍କୁ ସେମାନଙ୍କ ପ୍ରିୟ ଟିଭି ଚ୍ୟାନେଲରେ । ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ଗୁଣ୍ଡିଚା ଯାତ ଦିନ ଦିଅଁଙ୍କ ପହଣ୍ଡି, ଗଜପତିଙ୍କ ଛେରା ପହଁରା, ରଥଟଣା, ସେହିପରି ବାହୁଡ଼ାଯାତ୍ରା ସୁନାବେଶ ଓ ନିଳାଦ୍ରି ବିଜେ। ଭକ୍ତମାନେ କେମିତି ସେମାନଙ୍କ ମନପସନ୍ଦ ଟିଭି ପରଦାରେ ଏହାକୁ ଦେଖିବେ। ଶ୍ରୀମନ୍ଦିର ପ୍ରଶାସନ ନେବ ନିଷ୍ପତ୍ତି। ପ୍ରସାରଣ ଅଧିକାର ନେଇ ଖୋଲିଲା ଟେଣ୍ଡର। ବିଭିନ୍ନ ଟିଭି ସଂସ୍ଥା ଟେଣ୍ଡରରେ ଭାଗ ମଧ୍ୟ ନେଇଛନ୍ତି। କାଲି ଶ୍ରୀମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଆଜି ନୀତି ପ୍ରଶାସନ ବିଶ୍ବଜିତ ବିଶ୍ବାଳ ଏ ବାବଦରେ ସୂଚନା ଦେଇଛନ୍ତି।

{"id":121851,"width":595,"height":427}

ପୁରୀ ରଥଯାତ୍ରାର ସିଧା ପ୍ରସାରଣ  କେମିତି ସବୁ ଭକ୍ତଙ୍କ ନିକଟରେ ପହଞ୍ଚିବ, ଆଗ୍ରହୀ ଚ୍ୟାନେଲଗୁଡ଼ିକ କେମିତି ଏହାର ପ୍ରସାରଣ କରିପାରିବେ ଏହା ଶ୍ରୀମନ୍ଦିର ପ୍ରଶାସନ ସୁନିଶ୍ଚିତ କରୁ। ରଥ ଯାତ୍ରାର ସିଧା ପ୍ରସାରଣ ନିଲାମି କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଏବେ ବିରୋଧ ମଧ୍ୟ ବଢିବାରେ ଲାଗିଛି । ଗୋଟେ ପଟେ ଶ୍ରୀ ମନ୍ଦିର ପ୍ରସାସନ ନିଲାମି ଖୋଲିଛି। ଏପଟେ ରାଜନୈତିକ ବିବାଦ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରିଥିବାବେଳେ କଂଗ୍ରେସ ମଧ୍ୟ ବିରୋଧ କରିଛି । ଏହି ନିଷ୍ପତ୍ତି ପୁଞ୍ଜିବାଦକୁ ପ୍ରଶ୍ରୟ ଦେବ ଓ ଧର୍ମ ନାଁରେ ଅର୍ଥ ରୋଜଗାର ବୋଲି କଂଗ୍ରେସ କହିବା ସହ ଏମିତି ହେଲେ ରଥ ଦାଣ୍ଡରେ ବିରୋଧ କରିବ ବୋଲି ଚେତାବନି ଦେଇଛି ।

{"id":121852,"width":595,"height":451}

ଜଗନ୍ନାଥଙ୍କ ରଥ ଯାତ୍ରାକୁ ଘରେ ବସି ପାଖରୁ ଭକ୍ତ ଦେଖିବାରେ ମନ୍ଦିର ପ୍ରଶାସନ ଅନ୍ତରାୟ କରୁଛି ବୋଲି ଯୁକ୍ତି ବାଢୁଛନ୍ତି । ସେପଟେ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ମତ ଟିଭି ଚ୍ୟାନେଲ ମାନେ ରଥ ଯାତ୍ରାର ସିଧା ପ୍ରସାରଣ କରି ଅର୍ଥ ରୋଜଗାର କରୁଛନ୍ତି । ଏହି ବ୍ୟବସ୍ଥା ହେଲେ ଶ୍ରୀ ମନ୍ଦିର ପ୍ରଶାସନକୁ ଅର୍ଥ ଆସିବ । ଏହା ପୁରୁଣା ପ୍ରସ୍ତାବ ଏବେ କେବଳ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି ।  

{"id":121853,"width":595,"height":444}

ଯେଉଁ ଚାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣରେ ଭାଗ ନେବେ ସେମାନଙ୍କର ଅନ୍ତତଃ ୫ ବର୍ଷର ଅଭିଜ୍ଞତା ଥିବ । ତେବେ ସର୍ବାଧିକ ଅର୍ଥରେ ନିଲାମ ଧରିବାକୁ ଚାହୁଁଥିବା ସଂସ୍ଥାକୁ  ଯେ ପ୍ରସାରଣ ଅଧିକାର ମିଳିଯିବ ସେମିତି କିଛି ବାଧ୍ୟବାଧ୍ୟକତା ନାହିଁ । ଜଗନ୍ନାଥ ମନ୍ଦିର ପ୍ରଶାସକ ଚାହିଁଲେ କୌଣସି କାରଣ ନଦର୍ଶାଇ ସର୍ବୋଚ୍ଚ ନିଲାମ ବା ବିଡିଂକୁ କାଟିଦେଇପାରିବେ ।  ଦୂରଦର୍ଶନକୁ ମାଗଣାରେ ଫିଡ୍ ଦେବା ପାଇଁ ଏଥିରେ କୁହାଯାଇଛି । ତେବେ ଭକ୍ତଙ୍କ ଦାବି ସେମାନଙ୍କୁ ଟିଭିରେ ରଥଯାତ୍ରା ଦେଖିବାକୁ ସୁନିଶ୍ଚିତ କରୁ ମନ୍ଦିର ପ୍ରଶାସନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.