Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଦୀର୍ଘଦିନ ପରେ ଆସନ୍ତାକାଲି ଖୋଲିବ ସ୍କୁଲ, ପିଲାଙ୍କ ଠାରୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ

25/07/2021 at 10:33 PM

ଭୁବନେଶ୍ୱର, ୨୫/୦୭: କାଲି ଠାରୁ ଖୋଲିବ ସ୍କୁଲ । ସେଥିପାଇଁ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମେସ୍ତ ପ୍ରସ୍ତୁତ । କେରାନା ନିୟନ୍ତ୍ରଣଙ୍କୁ ଆସିବା ପରେ କେବଳ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ସ୍କୁଲ ଖୋଲଯାଉଛି। ସରକାର ଜାରି କରିଥିବା ଏସଓପି ଅନୁସାରେ ସ୍କୁଲ ଓ ହଷ୍ଟେଲ ଗୁଡିକ ଭଲଭାବେ ସଫସତୁରା କରି ପ୍ରସ୍ତୁତ କରାଯାଇଛି । ବିଶେଷଜ୍ଞମାନେ କହିଛନ୍ତି ତୃତୀୟ ଲହର ଆସୁଥିବାରୁ ସରକାର  ତିନୋଟି ଦିଗ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ୟାପିବନି କରୋନା ।

ସ୍କୁଲ ସାନିଟାଇଜ ହେଉଛି। ଡେସ୍କ ବେଞ୍ଚ ଛାଡ଼ି ଛାଡି ରଖାଯାଉଛି। ହଷ୍ଟେଲ ବି ସଫା କରାଯାଉଛି । ହତାରେ ଉଠି ଯାଇଥିବା ଅନାବନା ଘାସ ସଫା କରାଯାଉଛି, ବହୁ ଦିନ ପରେ ଶ୍ରେଣୀଗୃହ କାଲିଠାରୁ ପୁଣି ତାର ଆପଣାର ଚିହ୍ନାମୁହଁମାନଙ୍କୁ ଦେଖିବ ।

ଏହାକୁ ନେଇ ଛାତ୍ରଛାତ୍ରୀଙ୍କୁ ଠାରୁ ଶିକ୍ଷକ ସବୁଠି ଉତ୍ସାହ। କରୋନା ସ୍ଥିତି ନିୟନ୍ତ୍ରଣଙ୍କୁ ଆସିବା ପରେ ସରକାର ନିଷ୍ପତି ଅନୁସାରେ  ଦଶମ ଓ ଦ୍ବାଦଶ ଶ୍ରେଣୀ  ଛାତ୍ରଛାତ୍ରୀ ସ୍କୁଲରେ ବସି ପାଠ ପଢ଼ିବୋ।  ସ୍କୁଲ ଖୋଲିବା ପାଇଁ ସରକାର ଜାରି କରିଥିବା ଏସଓପି ଅନୁସାରେ  ସ୍କୁଲ ଓ ହଷ୍ଟେଲ ପରିସରକୁ ସଫା ସୁତୁରା କରାଯାଇ ପ୍ରସ୍ତୁତ କରାଯାଇଛି। ପ୍ରତିବେଞ୍ଚରେ ଦୁଇ ଜଣ ଛାତ୍ରଛାତ୍ରୀ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।  ସେହି ଅନୁସାରେ ମଧ୍ୟ କ୍ଲାସକୁ ବଢ଼ାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ କିପରି ସମାଜିକ ଦୂରତ୍ବ ରକ୍ଷା କରିବେ, ମାସ୍କ ସଠିକ ଭାବେ ପିନ୍ଧିବେ,  ହାତକୁ ସାନି ଟାଇଜ କରିବା ଉପରେ ସେଥିପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି। ଏପଟେ ଏହାସହିତ ଛାତ୍ରଛାତ୍ରୀଙ୍କ ଠାରୁ ଅଭିବଭାବକକୁ ମଧ୍ୟ ସଚେତନତା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ଜାରି କରିଥିବା ଏସଓପି ଅନୁସାରେ  ସମସ୍ତ ବ୍ୟବସ୍ଥା କରାଯାଇଛି। 

   Related Posts