ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା, ସ୍ବାମୀଙ୍କ ମଙ୍ଗଳ କାମନା କରି ପତ୍ନୀ ରଖେ ବ୍ରତ : ସାବିତ୍ରୀ ପାଇଁ ଚଳଚଞ୍ଚଳ ଶାଢୀ ଦୋକାନଠାରୁ ଫଳ ବଜାର

Published By : Prameya-News7 Bureau | June 02, 2019 IST

ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ସ୍ବାମୀଙ୍କ ମଙ୍ଗଳ ଏବଂ ଲମ୍ବା ଆୟୁଷ କାମନା କରି ପତ୍ନୀ ରଖେ ବ୍ରତ । ସାବିତ୍ରୀ ପାଇଁ ବଜାରରେ  ଭିଡ଼ । ଶାଢୀ ଦୋକାନ ହେଉକି ଫଳ ବଜାର ସବୁଠି ଲାଗିଛି ଗହଳି ଚହଳି । ତେବେ ଫଳ ବଜାର ଏଥର ଆକାଶ ଛୁଆଁ । ଆମ୍ବ, ପଣସ, ଅଙ୍ଗୁର, ଖଜୁରୀ, କଦଳୀ, ଡାଳିମ୍ବ ଯାହାକୁ ଧରିଲେ ଦର ମନଇଛା ନେଉଛନ୍ତି ବେପାରୀ । ଆଉ ଏଭଳି ଅଦର ଦରର କାରଣ ଫୋନି ବୋଲି ସଫେଇ ଦେଉଛନ୍ତି ।…

{"id":118894}

ରାତି ପାହିଲେ ସାବିତ୍ରୀ । ଇହକାଳ ପରକାଳର ଦେବତାଙ୍କ ପାଇଁ ବ୍ରତ ରଖିବେ ପତ୍ନୀ । ବିଭିନ୍ନ ପ୍ରକାରର ଫଳମୂଳ, ଶଂଖା, ସିନ୍ଦୁର ଦେଇ କରିବେ ପୂଜାର୍ଚ୍ଚନା । ସାବିତ୍ରୀ ପୂଜା ପାଇଁ ଗାଁଠୁ ସହର ସବୁଠି ବ୍ୟାପକ ଆୟୋଜନ । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଥିବା କେଦାରଗୌରୀ, ଜଳେଶ୍ବରଙ୍କ ପୀଠରେ ଥିବା ସାବିତ୍ରୀ ମନ୍ଦିର, ଯାଜପୁରର ବିରଜାଙ୍କ ପୀଠରେ ଚାଲିଛି ପ୍ରସ୍ତୁତି । ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

{"id":118895}

ଏପଟ ସାବିତ୍ରୀ ପାଇଁ ଚଳଚଞ୍ଚଳ ଶାଢୀ ଦୋକାନଠାରୁ ଫଳ ବଜାର । ସବୁଠି ଭିଡ଼, କିଏ ଶାଢ଼ୀ ସାଙ୍ଗକୁ ଶଂଖା, ସିନ୍ଦୁର, ପୂଜା ସାମଗ୍ରୀ କିଣୁଛି ତ କିଏ କିଣୁଛି ଫଳମୂଳ । ତେବେ ଏଥର ସବୁଠି ଫଳ ଦର ଆକାଶଛୁଆଁ । କଟକ, ଭୁବନେଶ୍ବରଠାରୁ ବ୍ରହ୍ମପୁର, ଯାଜପୁର ଓ ବଲାଙ୍ଗୀର ସବୁଠି ମନଇଛା ଦର କଷୁଛନ୍ତି ବେପାରୀ । ଆମ୍ବ, ପଣସ, ଖଜୁରୀ, ଅଙ୍ଗୁର ସବୁ କିଛି ମହଙ୍ଗା ।

{"id":118896,"width":579,"height":393}

କାକୁଡ଼ି କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପଣସ ଗୋଟାକ ଦେଢ଼ ଶହରୁ ୨୦୦ରେ ବିକ୍ରି ହେଉଛି । ଅଙ୍ଗୁର କିଲୋ ଦେଢଶହ, ଜାମୁକୋଳି ୧୦୦ ଗ୍ରାମକୁ ୩୦ ଟଙ୍କା, ଲିଚି କିଲୋ ୧୩୦, ସପୁରି ଗୋଟାକୁ ୭୦, କଦଳୀ ଡଜନ ୭୦ ଟଙ୍କା ରହିଛି । ଗତ ସପ୍ତାହ ତୁଳନାରେ ଫଳର ଦର ୩୦ ପ୍ରତିଶତ ବୃଦ୍ଧି ପାଇଛି । ବେପାରୀ କହୁଛନ୍ତି ଫୋନି ପାଇଁ ଦର ବଢ଼ିଛି ।…  

{"id":118897,"width":585,"height":450}

ସାବିତ୍ରୀ ନିଜ ସତୀତ୍ବ ବଳରେ ଯମରାଜଙ୍କ ନିକଟରୁ ସ୍ବାମୀଙ୍କୁ ଫେରାଇ ଆଣିଥିଲେ । ସେହିପରି ନିଜ ସ୍ବାମୀଙ୍କ ମଙ୍ଗଳକାମନା କରି ସଧବା ମାନେ କରିଥାନ୍ତି ସାବିତ୍ରୀ ବ୍ରତ ।…

{"id":118898,"width":585,"height":387}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.