କାଲି ସାବିତ୍ରୀ ଅମାବାସ୍ୟା ସହ ଶନି ଜୟନ୍ତୀ ଓ ସୂର୍ଯ୍ୟ ପରାଗ: ସୂର୍ଯ୍ୟ ଓ ଶନିଙ୍କର ରହିଛି ଅଦ୍ଭୁତ ଯୋଗ, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ

Published By : Prameya-News7 Bureau | June 09, 2021 IST

ଭୁବନେଶ୍ୱର ୦୯/୦୬ : ଜୁନ ୧୦ ତାରିଖ, ଗୁରୁବାର ଦିନ ବହୁତ ଗୁରୁତ୍ତ୍ୱପୂର୍ଣ । କାରଣ ଏହିଦିନ ସାବିତ୍ରୀ ଅମାବାସ୍ୟା ସହ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି । ଗୁରୁବାର ଦିନ ଶନି ଜୟନ୍ତୀ ମଧ୍ୟ ପଡୁଛି । ସୂର୍ଯ୍ୟ ପରାଗ ଯୋଗୁଁ ସୂର୍ଯ୍ୟ ଓ ଶନି ଗ୍ରହର ବିଶେଷ ଯୋଗ ସୃଷ୍ଟି ହେଉଛି । ଭାରତରେ ଏହି ପରାଗର ପ୍ରଭାବ ଆଂଶିକ ଭାବେ ପଡିବ । ସେଥିପାଇଁ ସୂତକ ଲାଗିବନି । କିନ୍ତୁ କିଛି ରାଶିରେ ଏହାର ଅନୁକୂଳ ଓ ପ୍ରତିକୂଳ ପ୍ରଭାବ ପଡିବ ।

ଜ୍ୟୋତିଷଙ୍କ କହିବାନୁଯାୟୀ, ଗୁରୁବାର ଦିନ ସାବିତ୍ରୀ ଅମାବାସ୍ୟା ବା ଜ୍ୟୋଷ୍ଠ ଅମାବାସ୍ୟା ଅଛି । ଏହିଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରନ୍ତି । ଏହିଦିନ ଶନି ଜୟନ୍ତୀ ମଧ୍ୟ ପଡୁଛି ଓ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି । ଶନି ଜୟନ୍ତୀ ଦିନ ପରାଗ ପ୍ରାୟ ୧୪୮ ବର୍ଷ ପରେ ପଡୁଛି । ଶନି ଜୟନ୍ତୀ ଦିନ ସୂର୍ଯ୍ୟ ପରାଗ କାରଣରୁ ସୂର୍ଯ୍ୟ ଓ ଶନିଙ୍କ ଅଦ୍ଭୁତ ଯୋଗ ରହିଛି । ଭାରତରେ ପରାଗ ଆଂଶିକ ରୂପେ ନଜର ଆସିବ । ସେଥିପାଇଁ ସୂତକ ମାନ୍ୟ ହେବନାହିଁ ।

ଜ୍ୟୋତିଷଙ୍କ କହିବାନୁସାରେ, ଶନି ଜୟନ୍ତୀ ଦିନ ସୂର୍ଯ୍ୟ ପରାଗ ଯୋଗ ୧୯୭୩ ମେ'୨୬ ତାରିଖରେ ପଡିଥିଲା । ଏହା ବୃଷ ରାଶି ଓ ମୃଗଶିରା ନକ୍ଷତ୍ରରେ ଲାଗିବ । ମୃଗଶିରା ନକ୍ଷତ୍ରର ଗୁରୁ ମଙ୍ଗଳ । ଗ୍ରହଣ ଗୁରୁବାର ସକାଳ ୧:୪୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ମିନିଟରେ ଶେଷ ହେବ । ପରାଗ ୫ ଘଣ୍ଟା ପାଇଁ ଲାଗିବ । ପରାଗ ସମୟରେ ନିଜ ଇଷ୍ଟ ଦେବାଦେବୀଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ଏହିସବୁ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ :
ବୃଷ - ବୃଷ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ । କୌଣସି ରୋଗରେ ପୀଡିତ ହେବା କିମ୍ବା ଆହତ ହେବାର ଆଶଙ୍କା ରହିଛି ।
ମିଥୁନ - ମିଥୁନ ରାଶିର ବ୍ୟକ୍ତିଙ୍କୁ ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିବ ।
ମକର - ମକର ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ମେଷ - ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଚାକିରୀ ଓ ବ୍ୟବସାୟ ପାଇଁ ଏହା ଠିକ ସମୟ ନୁହେଁ । ନୂଆ କାମ କରିବା ସମସ୍ୟା ସୃଷ୍ଟି କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.