Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ସୋର : କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ବେକ ଓ ଆଖି ପତାରେ ରହିଛି କ୍ଷତ ଚିହ୍ନ
  • ||

ଭୁବନେଶ୍ୱରରେ ହେବ ଆରଏସଏସର କାର୍ଯ୍ୟକାରୀ ମଣ୍ଡଳ ବୈଠକ , ସଂଘ ମୁଖ୍ୟ ମୋହନ ଭାଗବତ କରିବେ ଏହାର ଅଧ୍ୟକ୍ଷତା

15/10/2019 at 6:45 PM

ଭୁବନେଶ୍ୱର ୧୫।୧୦- ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯକାରିଣୀ ଭୁବନେଶ୍ବରରେ ଚାଲିଥିବା ବେଳେ ଆସନ୍ତାକାଲି କାର୍ଯ୍ୟକାରୀ ମଣ୍ଡଳ ବୈଠକ ଆରମ୍ଭ ହେବ। ସଂଘ ମୁଖ୍ୟ ମୋହନ ଭାଗବତ ଏହାର ଅଧ୍ୟକ୍ଷତା କରିବେ ।

ପ୍ରଥମଥର ପାଇଁ ଓଡିଶାରେ ହୋଇଛନ୍ତି ଏକାଠି । ରାଷ୍ଟ୍ରୀୟ ସଂୟଂ ସେବକ ସଂଘ ଏବଂ ଏହା ସହ ଅନୁବନ୍ଧିତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଏକାଠି ହୋଇଛନ୍ତି ଭୁବନେଶ୍ବରର ସୋଆ ବିଶ୍ବ ବିଦ୍ୟାଳୟରେ । ଆସନ୍ତାକାଲି କାର୍ଯ୍ୟକାରୀ ମଣ୍ଡଳ ବୈଠକ ଆରମ୍ଭ ହେବ, ସଂଘ ମୁଖ୍ୟ ମୋହନ ଭାଗବତ ଏହାର ଅଧ୍ୟକ୍ଷତା କରିବେ। ତେବେ ଏହା ପୂର୍ବରୁ ମୋହନ ଭାଗବତ ଓଡ଼ିଶାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବା ସହିତ ସଂଘର ଆଦର୍ଶ ଏବଂ ବର୍ତ୍ତମାନ ସମୟରେ ରାଷ୍ଟ୍ର ନିର୍ମାଣରେ ଏହାର ଭୂମିକା ସଂପର୍କରେ ଆଲୋଚନା କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଏଭଳି ଏକ ବଡ଼ ଧରଣର ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରତ୍ୟେକ ରାଜ୍ୟର ସଂଘ କାର୍ଯ୍ୟବାହ ପ୍ରଚାରକ ଭାଗ ନେବେ। ସଂଘରେ ୬ ମାସକୁ ଥରେ କାର୍ଯ୍ୟର ସମୀକ୍ଷା କରାଯାଇଥିଲେ। ମାର୍ଚ୍ଚାରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ନିଆଯାଇଥିବା ପ୍ରସ୍ତାବଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବ।

ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ୨୦ ତାରିଖରେ ଶେଷ ହେବ। ତେବେ ଏହି ବୈଠକରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ। ଆସନ୍ତାକାଲି ଏହି ବୈଠକରେ ବିଜେପିର କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି।

   Related Posts