ଆସନ୍ତାକାଲି ମଧ୍ୟ ଜାରି ରହିବ ବର୍ଷା- ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଓଡ଼ିଶା, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଏଭଳି ସ୍ଥିତି

Published By : Prameya-News7 Bureau | October 24, 2019 IST

ଭୁବନେଶ୍ୱର  ୨୪।୧୦ -ପ୍ରବଳ ବର୍ଷାରେ ଓଡ଼ିଶାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।ଏଥିଯୋଗୁଁ ୧୦ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।ପ୍ରବଳ ବର୍ଷା ଯୋଗୁଁ ୫ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…

ପ୍ରବଳ ବର୍ଷାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ରେ ଜଣେ ବ୍ୟକ୍ତି ଭାସିଯାଇଥିବା ସୂଚନା ମିଳିଛି ।ସେହିପରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁଆନ୍ଦ ନାଳରେ ଭାସିଯାଇ ଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ଗଣେଶ ନାୟକ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ ।

କେନ୍ଦୁଝରରେ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଏଥିରେ ୫ଛେଳିଙ୍କର ମଧ୍ୟ ପ୍ରାଣଯାଇଛି । ସ୍ଥାନୀୟ ହରିଚନ୍ଦନପୁର ବ୍ଲକ ମିଶ୍ରମାଳ ଗାଁରେ ମକାରା ମୁଣ୍ଡାଙ୍କ ପରିବାର ରାତିରେ ଶୋଇଥିବା ବେଳେ ଗୁହାଳ ଘର କାନ୍ଥଟି ତାଙ୍କ ଉପରେ ପଡ଼ିଯାଇଥିଲା । ପାଖ ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମକାରା ମୁଣ୍ଡା ଓ ତାଙ୍କ ପତ୍ନୀ ଓ ଜ୍ବାଇଁ ଙ୍କୁ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ମକାରା ମୁଣ୍ଡାଙ୍କର ମୃତ୍ୟୁ ଘଟିଛି । ସେପଟେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁଆନ୍ଦ ନାଳରେ ଭାସିଯାଇ ଜଣକର ମୃତ୍ୟୁ ଘଟିଛି । ମୃତକ ହେଲେ ଗୁଆନ୍ଦ ଗାଁର ଗଣେଶ ନାୟକ । ଗଣେଶ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ଭାସିଯାଇଥିଲେ । ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.