ଆସନ୍ତାକାଲି ପୁରୀବାସୀଙ୍କୁ ଦର୍ଶନ ଦେବ ଜଗା, ପ୍ରଥମ ଦିନରେ ଏତିକି ଓ୍ଵାର୍ଡଙ୍କୁ ଅନୁମତି, ମୁତୟନ ହେଲେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ

Published By : Prameya-News7 Bureau | December 25, 2020 IST

ପୁରୀ ୨୫।୧୨: ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ପୁରୀ ସହରବାସୀ।  ପ୍ରଥମ ଦିନରେ ୭ଟି ଓ୍ବାର୍ଡ଼ ବାସିନ୍ଦା ଦର୍ଶନ କରିବେ । ଆଜି କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂହ ଏବଂ ଏସପି କନଓ୍ବର ବିଶାଳ ସିଂହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସେପଟେ ସେବାୟତ ଓ ପରିବାର ପାଇଁ ୩ଦିନ ଧରି ଚାଲିଥିବା ଦର୍ଶନ ଆଜି ଶେଷ ହେଉଛି।

ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ଏଥି ପାଇଁ ଓ୍ବାର୍ଡ଼ ଓ୍ବାରି ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତାକାଲି ୭ଟି ଓ୍ବାର୍ଡ଼ ବାସିନ୍ଦାଙ୍କୁ ମିଳିବ ଦର୍ଶନ ସୁଯୋଗ । ଆସନ୍ତା ୩୧ ପର୍ଯ୍ୟନ୍ତ ପୁରୀ ସହରର ବିଭିନ୍ନ ଓ୍ବାର୍ଡ଼ବାସିନ୍ଦା ପର୍ଯ୍ୟାୟକ୍ରମେ ଦର୍ଶନ କରିବେ । ଏଥି ପାଇଁ ସବୁ ଓ୍ବାର୍ଡ଼ ବାସିନ୍ଦାଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଟୋକନ ଦିଆଯାଇଛି । ସମସ୍ତ ଭକ୍ତ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ହାତ ସାନିଟାଇଜ କରିବା ପରେ ଦର୍ଶନ କରିବାକୁ ଯିବେ। ଦୀର୍ଘ ୯ ମାସ ପରେ ପୁରୀବାସୀ ଦର୍ଶନର ସୁଯୋଗ ପାଉଥିବାରୁ ବେଶ୍ ଉତ୍କଣ୍ଠାର ସହ ସମସ୍ତେ ଅପେକ୍ଷା କରିଛନ୍ତି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଏସଓପି ଜାରି କରିଛି। ଏସଓପିକୁ କାର୍ଯ୍ୟକାରୀ କରିବା ପାଇଁ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂହ, ଏସପି କନଓ୍ୱର ବିଶାଳ ସିଂହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଭକ୍ତମାନେ ବ୍ୟାରିକେଡ଼ରେ କିଭଳି ସାମଜିକ ଦୂରତା ରକ୍ଷା କରିବେ, ସେମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଉପରେ ପୋଲିସ ଦ୍ବାରା ମକ୍ଡ୍ରିଲ୍ କରାଯାଇଛି । ଆଜି ସମସ୍ତ ବ୍ୟବସ୍ଥାର ତଦାରଖ କରିବା ପାଇଁ ସମୁଦାୟ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି ଏବଂ ୯ ଜଣ ଆଇଆଇସିଙ୍କୁ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.