Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

10/01/2021 at 10:08 PM

ନୂଆଦିଲ୍ଲୀ ୧୦।୦୧: ଦେଶରେ କରୋନାର ଟିକାକରଣ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଟିକାକରଣ ପାଇଁ ପୂର୍ବାଭ୍ୟାସ୍ ବା ଡ୍ରାଏ ରନ ସରିଛି। ବହୁ ପ୍ରତୀକ୍ଷାର ଅନ୍ତ ପରେ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୧ ଅର୍ଥାତ ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଟିକାକରଣର ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ ୪ଟାରେ ଆରମ୍ଭ ହୋଇପାରେ। ଶୁକ୍ରବାରଠୁ ଟିକାକରଣ ପାଇଁ ଜରୁରୀ ପ୍ରକ୍ରିୟାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସମସ୍ତ ରାଜ୍ୟରେ ଡ୍ରାଏ ରନ ଭାବେ କରୋନା ଟିକାକରଣର ପୂର୍ବାଭ୍ୟାସ୍ ହୋଇ ସାରିଛି। ଶୁକ୍ରବାର ଉତ୍ତର ପ୍ରଦେଶ  ଓ ହରିୟାଣାକୁ ବାଦ୍ ଦେଇ ବାକି ସମସ୍ତ ୩୩ ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ଡ୍ରାଇ ରନ୍ ଆୟୋଜିତ ହୋଇଛି। ଏହି ଡ୍ରାଏ ରନ ମୋଟ୍ ୭୩୬ ଜିଲ୍ଲାରେ ତିନୋଟି ସେସନରେ ଚାଲିଥିଲା। ୟୁପି ଓ ହରିୟାଣାରେ ପୂର୍ବରୁ ଡ୍ରାଏ ରନ ହୋଇ ସାରିଛି।

ପ୍ରଥମ  ପର୍ଯ୍ୟାୟ ଟିକାରକଣ ସଂପୂର୍ଣ୍ଣ ମାଗଣା ହେବ। ଆଗାମୀ ପର୍ଯ୍ୟାୟକୁ ନେଇ ସରକାର ସଂପ୍ରତି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ଵାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧାଙ୍କ ଟିକାକରଣ ହେବ। ଏହା ପରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକ ଏବଂ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ପୀଡିତ ଟିକା ଦିଆଯିବ। ଏହି ଲୋକଙ୍କ ସଂଖ୍ୟା ୨୭ କୋଟି ହେବ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସରକାର ଏମିତି ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। 

   Related Posts