Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଆସନ୍ତା କାଲି ମୋଦିଙ୍କ ଜୟପୁର ଗସ୍ତ, ଫୁଙ୍କିବେ ନିର୍ବାଚନ ପ୍ରଚାରର ବିଗୁଲ, ତାରା କହିଲେ ପଡିବନି ପ୍ରଭାବ

28/03/2019 at 9:45 PM

ଜୟପୁର ୨୮|୩: ଆସନ୍ତା ୧୧ ତାରିଖ ଦିନ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଓଡିଶାରେ ଜୟପୁରରୁ ଆସନ୍ତା କାଲି ପ୍ରଚାରର ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାଢେ ୧୦ଟାରେ ଜୟପୁରରେ ପହଁଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହିଁଚିଛି।ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକମାନେ ଆସିବେ ବୋଲି କହିଛି ବିଜେପି।ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର କୌଣସି ପ୍ରଭାବ ପଡିବ ନାହିଁ କହିଛନ୍ତି ବିରୋଧୀ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ।ପ୍ରଧାନମନ୍ତ୍ରୀ ଜୟପୁରରୁ ପ୍ରଚାର ଆରମ୍ଭ କରିବେ।ଏଥି ପାଇଁ ଜୟପୁର ଏକମ୍ବା ପଡିଆରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି। ସକାଳ ସାଢେ ୧୦ଟାରେ ସେ ଜୟପୁରରେ ପହଁଚିବେ।ଆସନ୍ତା କାଲିର ପ୍ରଧାନମନ୍ତ୍ରୀଙ୍କ ଏହି ସାଧାରଣ ସଭାରେ ଅବିଭକ୍ତ କୋରାପୁଟ ଜିଲ୍ଲର ୧୪ଟି ବିଧାନ ସଭା ଆସନରୁ ଲକ୍ଷାଧିକ ଲୋକଙ୍କ ସମାବେଶ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ପଶ୍ଚମ ଓଡିଶା ପରେ ଏବେ ବିଜେପିର ଟାର୍ଗେଟରେ ଦକ୍ଷିଣ ଓଡିଶା,ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲା।ଏହି ୧୪ଟି ଆସନ ମଧ୍ୟରୁ ମାଲକାନଗିରି,ଚିତ୍ରକୋଣ୍ଡା,ଉମରକୋଟ ଓ ଗୁଣୁପୁରା ଆସନରେ ଗତଥର ବିଜେପି ଜିତିଥିଲା।ସେହିପରି ନବରଂଗପୁର ଲୋକ ସଭା ଆସନରୁ ପର୍ଶୁରାମ ମାଝୀ ୨ଥର ନିର୍ବାଚିତ ହୋଇଥିଲେ।ତେଣୁ ଦଳର ଟାର୍ଗେଟରେ ଏବେ ଏହି ସବୁ ଆସନ।ପ୍ରଧାନ ମନ୍ତ୍ରୀଙ୍କ ପ୍ରଚାର ଫଳରେ ଏହି ସମସ୍ତ ଆସନରେ ଦଳ ଭଲ ପ୍ରଦର୍ଶନ କରିବା ସହ ମିଶନ ୧୨୦ ପୂରଣ କରିବାରେ ଏହା ସହାୟକ ହେବ ବୋଲି ଦଳ କହିଛି।ତେଣୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବିଜେଡି କ୍ୟାମ୍ପରେ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ଜୟପୁର କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।ପ୍ରଧାନମନ୍ତ୍ରୀଙ୍କୁ ଜୟପୁରକୁ ସ୍ବାଗତ କରିଛନ୍ତି । ହେଲେ ଏଠାରେ ବିଜେପିର ବିରି ନାହିଁ କି ଅଖା ନାହିଁ ବୋଲି କହି କଟାକ୍ଷ କରିଛନ୍ତି।ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି।ସୁରକ୍ଷା ଦାୟୀତ୍ବ ଏସ୍.ପି.ଜି ନେଇଥିବା ବେଳେ ୪ଟି ଜିଲ୍ଲାର ଏସ୍.ପି ଙ୍କ ସମେତ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ଏବଂ ୪୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଜୟପୁରର ଏହି ପଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କରି ସାରିଛନ୍ତି।ପୁଣି ଆସନ୍ତା ୨ ତାରିଖରେ ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ଦଳୀୟ ମହଲରୁ ଶୁଣିବାକୁ ମିଳୁଛି।ତେଣୁ ଲାଗୁଛି ନିର୍ବାଚନର ଏହି ରଣଭୂମୀରେ କୋରାପୁଟ ଜିଲ୍ଲାକୁ ଏବେ ସବୁ ଦଳ ଖୁବ ଗୁରୁତର ସହ ନେଉଛନ୍ତି।

   Related Posts