Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

କାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ, ମେ ୩ ପରର ରଣନୀତି ଉପରେ ହେବ ଆଲୋଚନା

26/04/2020 at 8:58 PM

ନୂଆଦିଲ୍ଲୀ ୨୬।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୁଣି ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକରେ କରୋନା ଭାଇରସ୍‌ର ମୁକାବିଲା ନେଇ ପରିସ୍ଥିତି ବିଷୟରେ  ଆଲୋଚନା ହେବ। ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ସମ୍ବନ୍ଧିତ ସୂଚନା ମଧ୍ୟ ଦିଆଯିବ।

ସୂତ୍ର ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ତିନୋଟି ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଓ ନୂତନ କଣ୍ଟେନମେଣ୍ଟ ଜୋନ୍ କେମିତି କମ୍ ହେବ ସେହି ଦିଗରେ ପଦକ୍ଷେପ ନେବା ଉପରେ ଆଲୋଚନା କରିବେ।  ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହିତ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ  ଜରିଆରେ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟ ଦ୍ଵାରା ଏପ୍ରିଲ ୨୦ରେ ଜାରି ଗାଇଡ୍‌ଲାଇନ୍‌ର ପାଳନକୁ ନେଇ ମଧ୍ୟ ଆଲୋଚନା କରିବେ। ଏହି ମହତ୍ଵପୂର୍ଣ୍ଣ ବୈଠକରେ ମେ ୩ ପରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିବେ। ଲକ୍‌ଡାଉନ୍‌ର ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ସହ ଚତୁର୍ଥ ବୈଠକ

ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ଗତ ବୈଠକରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢାଇବା ନେଇ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍‌ଡାଉନ୍‌ ଉପରେ ଚତୁର୍ଥ ବୈଠକ କରିବାକୁ ଯାଉଛନ୍ତି।

ଏହି ବୈଠକରେ ଲକ୍‌ଡାଉନ୍ ଅବଧି ବଢାଯିବ କି ସମାପ୍ତ କରାଯିବ ସେନେଇ ଆଲୋଚନା ହେବ। ସାଂପ୍ରତିକ ପରିସ୍ଥିତିକୁ ଦେଖି କୁହାଯାଉଛି ଯେ, ଲକ୍‌ଡାଉନ୍‌ ପରେ ମଧ୍ୟ ସଂକ୍ରମଣ କେସ୍ ଆସୁଛି, ତେଣୁ ଲକ୍‌ଡାଉନ୍‌ ଶେଷ ହେବା ଆଶା ଖୁବ୍ କମ କରିଛି। ସୋମବାର ହେବାକୁ ଥିବା ବୈଠକ ଲକ୍‌ଡାଉନ୍‌ ୩ ପାଇଁ ମଧ୍ୟ ରାସ୍ତା ଖୋଲିପାରେ।

ଉଲ୍ଲେଖଯୋଗ୍ୟ , ଦେଶରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଲକ୍‌ଡାଉନ୍‌ କିଛି ମାତ୍ରାରେ ସଂକ୍ରମଣ ବ୍ୟାପିବାକୁ ରୋକିଲେ ମଧ୍ୟ ଏହା ପ୍ରଭାବଶାଳୀ ହୋଇ ପାରୁନାହିଁ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୬,୯୧୭ରେ ପହଞ୍ଚିଛି। ୫,୯୧୩  ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୬କୁ ବୃଦ୍ଧି ଘଟିଛି। କରୋନା ଭାଇରସ୍‌ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ କିଛି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇ ପାରେ।

   Related Posts