କାଲି ପାଟକୁରା ଭୋଟ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା, ସକାଳ ୭ରୁ ସଂଧ୍ୟା୬ ଯାଏଁ ମତଗ୍ରହଣ

Published By : Prameya-News7 Bureau | July 19, 2019 IST

ଭୁବନେଶ୍ବର୧୯|୭; କାଲି ହେବ ଭୋଟ ଗ୍ରହଣ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପାରୀକ୍ଷା କରିବେ ଜନତା । ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ  ବୁଥ ରିଗିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ବିଜେଡି ବିଜେପି ପରସ୍ପର ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେଡି ବିଜେପି ବିରୋଧରେ ବୁଥ କ୍ୟାପଚର ଅଭିଯୋଗ ଆଣିଥିବା ବେଳେ ବିଜେପି ବିଜେଡି ନେତା ପାଟକୁରା ଛାଡିନଥିବା ସିଇଓଙ୍କ ପାଖରେ  ଅଭିଯୋଗ କରିଛି…

{"id":135426}

ବୁଥରେ ପହଞ୍ଚିଯାଇଛନ୍ତି ପୋଲିଂ ପାର୍ଟି । ଇଭିଏମ, ଭିଭିପାଟ ରେଡି । ୩୦୯ ଟି ବୁଥରେ ହେବ ମତଦାନ।  ପାଟକୁରା ନିର୍ବାଚନ ମୈଦାନରେ ଥିବା ୧୦ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା । ୧୭ଶହ ପୋଲିଂ ବୁଥ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ୪ କମ୍ପାନୀ ସିଏପିଏଫ, ୩୧ଟି ଓ୍ବେବ କାଷ୍ଟିଂ, ୪୦ଟି ସ୍ଥାନରେ ସିସିଟିଭି ୫୨ଜଣ ମାଇକ୍ରୋ ଅବଜରଭର, ୧୫ବୁଥରେ ଭିଡିଓଗ୍ରାଫି କରାଯିବ।  

{"id":135427}

 ନିର୍ବାଚନ କମିଶନ ପ୍ରସ୍ତୁତି ଚୂଡାନ୍ତ କରିବା ବେଳକୁ ବିଜେଡି ବିଜେପି ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି । ପ୍ରଥମେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେପି ବିରୋଧରେ ଫେରାଦ ହୋଇଛି।  ଅଭିଯୋଗ କରିଛି ଯେ ୫୪ଟି ବୁଥକୁ ବିଜେପି ତା କବଜାରେ ରଖିଛି ।  ସେହି ବୁଥଗୁଡ଼ିକରେ ବିଜେପି ରିଗିଂ ଓ ଭୋଟରଙ୍କୁ ପ୍ରଭାବିତ କରିବ ବିଜେଡି ଅଭିଯୋଗ କରିଛି। ଏପଟେ ବିଜେପି ବି ବିଜେଡି ବିରୋଧରେ ମଧ୍ୟ ଫେରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀ ପାଟକୁରା ଛାଡି ନାହାନ୍ତି। ପ୍ରଚାର ସରିବା ମାତ୍ରେ ପାଟକୁରା ବାହରର ନେତା ଏରିୟା ଛାଡିବା​‌ କଥା କିନ୍ତୁ ବିଜେଡି ନେତାମାନେ ଟଙ୍କା ବାଣ୍ଟିବା ପାଇଁ ପଡି ରହିଛନ୍ତି । ଏବଂ ବୁଥ କ୍ୟାପଚର କରିବେ ​‌ବୋଲି ସିଇଓଙ୍କ ପାଖରେ ଅଭିଯୋଗ କରିଛି ବିଜେପି।

{"id":135428}

ଆସନ୍ତା କାଲି ଭୋଟ ଗ୍ରହଣ  ସକଳା ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ। ଜଣାପଡ଼ିଯିବ କାହାର ହେବ ଜିତାପଟ। 

{"id":135430}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.