କାଲି ପାଟକୁରା ବିଧାନସଭା ନିର୍ବାଚନର କାଉଣ୍ଟିଂ: ହାର ଜିତକୁ ନେଇ ସମସ୍ତଙ୍କ ଛାତି ଥର ଥର

Published By : Prameya-News7 Bureau | July 23, 2019 IST

କେନ୍ଦ୍ରାପଡା୨୩|୭; କାଲି ପାଟକୁରା ଭୋଟ ଗଣତି । କେନ୍ଦ୍ରାପଡା କଲେଜରେ ଗଣତି ହେବ ଭୋଟ । ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । କଡା ସୁରକ୍ଷାରେ ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହେବ । ତେବେ ଏଥିପାଇଁ ସକାଳ ୭ଟାରୁ ଗଣତିରେ ନିୟୋଜିତ କର୍ମଚାରୀ ଗଣତି କେନ୍ଦ୍ରକୁ ପ୍ରବେଶ କରିବେ । ସେପଟେ ଜିତାପଟ ନେଇ ସବୁ ଦଳ ବେଶ ଆଶାବାଦୀ । ତେବେ କିଏ ହାରିବ ଓ କିଏ ଜିତିବ ତାହା କାଲି ଜଣାପଡିବ ।

{"id":136639}

୧୭ ଟେବୁଲରେ ୧୭ ରାଉଣ଼୍ଡ । ରାଉଣ୍ଡ ପରେ ରାଉଣ୍ଡ ଖୋଲିବ ସମ୍ମାନ ଓ ସ୍ବାଭିମାନର ସତକଥା। କାହାର ହେବ ହାର । କିଏ ମାରିବ ବାଜିମାତ । ପାଟକୁରାରେ ଇତିହାସର ପୁନାରବୃତ୍ତି ହେବ ନା ନୂଆ ଇତିହାସ ଆସିବ । କାଲି ଖୋଲିବ ଇଭିଏମ । କେନ୍ଦ୍ରାପଡା କଲେଜରେ ହୋଇଥିବା କାଉଣ୍ଟିଂ ସେଣ୍ଟରରେ ସକାଳ ୭ଟାରୁ କାଉଣ୍ଟିଂ ଏଜେଣ୍ଟ ଓ ଗଣତି କର୍ମଚାରୀ ପ୍ରବେଶ କରିବେ । ଗଣତିରେ ୨ ଶହ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ୧୭ ରାଉଣ୍ଡରେ ଭୋଟ ଗଣତି କରାଯିବ । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

{"id":136640}

ଭୋଟ ଫଳାଫଳକୁ ନେଇ ଏବେ ନେତାଙ୍କ ଛାତି ଧଡଧଡ । ଭାଗ୍ୟ ପରୀକ୍ଷା ଦେଉଥିବା ନେତା ଆଶା ଆଶଙ୍କାରେ ଆଉ କର୍ମୀଙ୍କ ମନରେ ବି ସେତିକି ଛନକା । ୨୦ ବର୍ଷ ଧରି ବିଧାନସଭା ମାଡି ପାରି ନଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏଥର ବିଧାନସଭାକୁ ଯିବେ ବୋଲି ବହୁ ଆଶା ବାନ୍ଧି ରହିଛନ୍ତି। ସେପଟେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବି ନିଜ ଜିତାପଟକୁ ନେଇ ଆଶାବାଦୀ ଅଛନ୍ତି। ଆଉ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି କହିଛନ୍ତି ଫଳାଫଳ ତାଙ୍କ ସପକ୍ଷରେ ଯିବ ।

{"id":136641}

ବହୁ ହେଭି ଓ୍ବେଟ ନେତା ପାଟକୁରାରେ ଡେରା ପକାଇଥିଲେ । ସ୍ବାଭିମାନ ବନାମ ସମ୍ମାନର ନାରା ବି ଦେଇଥିଲେ। କାଲି ସ୍ପଷ୍ଟ ହେବ ଭୋଟର କାହାର ସମ୍ମାନ ରଖିବେ ।

{"id":136642}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.