Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଦୀପାବଳି ପାଇଁ ଘରେ ଘରେ ଲାଗିଛି ବିଭିନ୍ନ ରକମର ଲାଇଟ୍, ଏଥର କମିଛି ମାଟିଦୀପର ଚାହିଦା

3/11/2021 at 1:44 PM

ଫୁଲବାଣୀ ୦୩/୧୧: କରୋନା ସଂକ୍ରମଣ ଯୋଗୁଁ ବର୍ଷାଧିକ କାଳ ମନ୍ଦିର ବନ୍ଦ ଆଉ ତାସାଙ୍ଗକୁ ସରକାରଙ୍କ ଦୀପାବଳୀ ଓ ବାଣ ଫୁଟାଇବା ଉପରେ କଟକଣା । ଏନେଇ ଲୋକେ ଆଉ ଆଗପରି ମାଟି ଦୀପ କିଣୁ ନାହାନ୍ତି । ତାସାଙ୍ଗକୁ ଲିଚୁ ଲାଇଟର ମଧ୍ୟ ଡିମାଣ୍ଡ ବଢୁଛି । ଏପରି ସ୍ଥଳେ ମାଟିଦୀପ ତିଆରି କରି ଦୀପାବଳୀକୁ ଅନାଇଥିବା କୁମ୍ଭକାର ମାନେ ଏବେ ଚିନ୍ତାରେ ବସିଛନ୍ତି ।

ଏବର୍ଷ କରୋନା ସଂକ୍ରମଣ କମିଯାଇଛି ଆଉ ଜାକଜକମରେ ଲୋକେ ଦୀପାବଳୀ ଉତ୍ସବ ମନାଇବେ । ଫଳରେ ମାଟି ଦୀପ ଭଲ ବିକ୍ରୀ ହେବ ଆଉ ଦି’ ପଇସା ଲାଭବାନ ମଧ୍ୟ ହେବେ ବୋଲି ଭାବି ଥିଲେ କୁମ୍ଭକାର । ତେବେ ମାଟିଦୀପର ଏତଟା ଚାହିଦା ନାହିଁ। କାଁ ଭାଁ ଲୋକେ ବିଧିକୁ କିଣୁଛନ୍ତି । କେବଳ ପରିଶ୍ରମ ହିଁ ସାର ହେଉଛି । କିଛି ମୂଲ୍ୟ ମିଳୁନି ବୋଲି କୁମ୍ଭକାର ମାନେ କହିଛନ୍ତି । ଏପରି ସ୍ଥଳେ ଆଜିର ମହଙ୍ଗା ଯୁଗରେ ପରିବାର କିପରି ଚଳିବ ବୋଲି କହିଛନ୍ତି ସେମାନେ ।

   Related Posts