ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା, କାଲିଠୁ ହେଲ୍ପଲାଇନ୍ ନମ୍ବର-୧୪୪୧୦: କଲ୍ କରି ଘରେ ବସି ପାଇବେ ଚିକିତ୍ସା ସୁବିଧା

Published By : Prameya-News7 Bureau | April 07, 2020 IST

ଭୁବନେଶ୍ଵର ୦୭।୦୩:  ସମଗ୍ର ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ କୋଭିଡ୍ ୧୯ର ମୁକାବିଲା ଲାଗି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ କୌଣସି ବିକଳ୍ପ ଛାଡି ନାହାନ୍ତି। ସଚେତନତା, ସତର୍କତାଠାରୁ ଆରମ୍ଭ କରି କଣ୍ଟ୍ରୋଲ ରୁମ, ଟୋଲ୍‌ ଫ୍ରି ନମ୍ବର, ସ୍ଵତନ୍ତ୍ର ଡାକ୍ତରଖାନା, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦି ଅନେକ ତ୍ଵରିତ୍, ସଫଳ ପଦକ୍ଷେପ ଓ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ ତାଲାବନ୍ଦ ସମୟରେ ଲୋକମାନେ କିଭଳି ଡାକ୍ତରୀ ସେବା ଘରେ ପାଇ ପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ।

ଏବେ ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା। ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି କାଲିଠୁ ପାଇପାରିବେ ଚିକିତ୍ସା ସେବା । ତେବେ ଏହି ହେଲ୍ପଲାଇନ୍ ଆସନ୍ତାକାଲି ଦିନ ୧୧ଟାରେ ଏହି ହେଲ୍ପଲାଇନକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ପୂର୍ତ୍ତ ସଚିବ କ୍ରିଷନ କୁମାର । ତେବେ କରୋନା ଲକ୍ଷଣ ଦେଖା ଦେଉଥିଲେ ଏହି ନମ୍ବରକୁ କରିପାରିବେ। ଫୋନ୍ ଯୋଗେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ପାଇପାରିବେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି। କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯୋଗେ ଲୋକଙ୍କୁ ମେଡିସିନ୍ ପରାମର୍ଶ ଦେବାକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ଏହି ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବେ । ସେପେଟ ଜନତାଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତରଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅଭିଜ୍ଞ ଡାକ୍ତାରମାନେ www.bit.iy/Indiatelemed ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଞ୍ଜିକରଣ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.