ଆସନ୍ତାକାଲି ଭବାନୀପାଟଣାରେ ମୋଦିଙ୍କ ଦ୍ବିତୀୟ ନିର୍ବାଚନୀ ସଭା, ବିରୋଧୀ କହିଲେ ଖାଲି ଭାଷଣ ଦେଲେ କଣ ହେବ

Published By : Prameya-News7 Bureau | April 01, 2019 IST

ଭବାନୀପଟଣା୧|୪: କାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବାନୀପାଟଣାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେରେ ଉଦବୋଧନ ଦେବେ ମୋଦି । ସହର ସାରା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର, ହୋର୍ଡଂ ଛାଇଯାଇଛି । ସେପଟେ ସାଧାରଣ ସଭା ପାଇଁ ରାଧାକୃଷ୍ଣ ନଗରଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମୋଦିଙ୍କ ଗସ୍ତକୁ ନେଇ ପୁରା ଆକ୍ଟିଭ ବିଜେପି କ୍ୟାମ୍ପ ।

{"id":99114,"width":593,"height":333}

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ବାକି । ତେଣୁ କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ସପ୍ତାହକ ମଧ୍ୟରେ ମୋଦିଙ୍କର ଏହା ଦ୍ବିତୀୟ ଓଡ଼ିଶା ଗସ୍ତ । କାଲି ମୋଦିଙ୍କ କଳାହାଣ୍ଡି ଗସ୍ତ ପାଇଁ ଭବାନୀପାଟଣା ପୁରା ଗେରୁଆମୟ ହୋଇଛି ।  ଯୁଆଡ଼େ ଚାହିଁଲେ ମୋଦିଙ୍କ ପୋଷ୍ଟର ଆଉ ହୋର୍ଡିଂ  । ଭବାନୀପାଟଣାସ୍ଥିତ ରାଧାକୃଷ୍ଣ ନଗରଠାରେ ଆୟୋଜିତ ସାଧାରଣସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଏପ୍ରିଲ ୧୧ରେ ହେବାକୁ ଥିବା ଭୋଟ ପାଇଁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ ମୋଦି । କଳାହାଣ୍ଡି ଲୋକସଭା ସମେତ ନୂଆପଡା ଓ କଳାହାଣ୍ଡିର ୭ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ମୋଦି ଆସୁଥିବାରୁ  ପଦ୍ମ ଶିବିର ପୁରା ଉତ୍ସାହିତ ।   

{"id":99115,"width":596,"height":328}

ସେପଟେ ମୋଦିଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଏବଂ କଂଗ୍ରେସ । ମୋଦି ଖାଲି ଭାଷଣ ଦେଲେ ଚଳିବନି, ଜନତାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି । କଳା ଧନ କେବେ ଆସିବ ? କଳାହାଣ୍ଡିର ବିକାଶ ପାଇଁ କଣ ରୋଡ୍ ମ୍ୟାପ ଅଛି ? ବିମୁଦ୍ରୀକରଣ ଦ୍ବାରା ଲୋକେ ଭୋଗିଥିବା ଅସୁବିଧାର ସୁଫଳ କଣ ବୋଲି ଜବାବ ମାଗିଛନ୍ତି ବିରୋଧୀ ।

{"id":99116,"width":593,"height":326}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.