ଆସନ୍ତା କାଲି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ : ଘୋଷଯାତ୍ରାକୁ ଆଉ ମାତ୍ର ୨ଦିନ ବାକି

Published By : Prameya-News7 Bureau | July 01, 2019 IST

ପୁରୀ ୧/୭: ଆଜି ତ୍ରୟୋଦଶୀ ତିଥି ଅବସରରେ  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଶେଷ ହୋଇଛି । ସ୍ନାନପୂର୍ଣ୍ଣିମା ଠାରୁ ଅନବସରରେ ଥିବା ମହାପ୍ରଭୁ ଆସନ୍ତା କାଲି ଭକ୍ତଙ୍କୁ  ନବଯୌବନ ବେଶରେ ଦର୍ଶନ ଦେବେ । ଅପରାହ୍ଣ ସାଢ଼େ ୩ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ସେପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୨ଦିନ ବାକି ଥିବା ବେଳେ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ….

{"id":129446}

ସ୍ନାନପୂର୍ଣ୍ଣିମାରେ ମହାସ୍ନାନ କରି ଜ୍ବରରେ ପୀଡ଼ିତ ଶ୍ରୀଜିଉ ଏବେ ସୁସ୍ଥ ହେଲେଣି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଛି । ବାସୁଙ୍ଗାପାଟରେ ନିର୍ମିତ ଘଣାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବନ୍ଧା ଯିବା ସହ ଦଇତାପତିମାନେ ବେଶ୍‌ ନିଷ୍ଠାର ସହ ଏହି ଗୁରୁତ୍ବପୂର୍ଣ୍ଣ ନୀତିକୁ ସମ୍ପାଦିତ କରିଥିଲେ । ପରେ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇ ଶୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଖଳି ପ୍ରସାଦ ଲାଗି ହୋଇଥିଲା ।

{"id":129447}

ଅନବସରରେ ୧୪ଦିନ ରହଣି ପରେ ଆସନ୍ତାକାଲି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏତେ ଦିନ ପରେ କାଳିଆ ସାଆନ୍ତଙ୍କୁ ଟିକେ ଆଖି ପୂରାଇ ଦେଖିବାକୁ ଭକ୍ତର ମନ ବି ଉଚ୍ଛନ୍ନ ହେଲାଣି । ତେବେ ଆସନ୍ତା କାଲି ଅପରାହ୍ଣ ସାଢ଼େ ୩ଟାରୁ  ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ସେପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୨ଦିନ ବାକି ଥିବା ବେଳେ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ୩ ରଥର କଳସ କାର୍ଯ୍ୟ ଶେଷ ହୋଇଛି । ରଥାରୁଢ଼ ଶ୍ରୀଜିଉଙ୍କ ମସ୍ତକ ଉପରେ ଲାଗୁଥିବା କନକମୁଣ୍ଡି ନିର୍ମାଣ ସହ ପିତ୍ତଳ କାମ ଚାଲିଛି । ପ୍ରତ୍ୟେକ ରଥରେ ୧୨ଖଣ୍ଠ ଲେଖାଏଁ ମୋଟ ୩୬ଟି ପିତ୍ତଳ ଚାଦର ଲାଗୁଛି । ସେହିଭଳି ରଥରେ ପ୍ରଭା ଅପସରା କାର୍ଯ୍ୟ କରାଯାଇଛି । ପ୍ରଭା ସିଂହାସନର ଏକ ଅଂଶ ହୋଇଥିବାରୁ ଏହାର ପଛରେ ଧୂଳି ଦଣ୍ଡା ଲାଗିବ । ଅନ୍ୟପଟେ ଦରଜୀ ସେବାୟତମାନଙ୍କ ଦ୍ବାରା ମଧ୍ୟ କନାକାମ ଜୋର୍‌ସୋର୍‌ରେ ଚାଲିଛି ।

{"id":129448}

ଆସନ୍ତା କାଲି ଚତୁର୍ଦ୍ଦଶୀ ଅବସରରେ ଦତ୍ତମହାପାତ୍ର ସେବାୟତମାନେ  ମହାପ୍ରଭୁଙ୍କୁ ବନକଲାଗି କରିବେ । ଏହା ପରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁର୍ତ୍ତି ।

{"id":129450}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.