Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ୬ ଲୋକସଭା, ୪୧ ବିଧାନସଭାରେ ହେବ ଭୋଟିଂ

28/04/2019 at 8:06 AM

ଭୁବନେଶ୍ବର ୨୮/୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି ଚତୁର୍ଥ ପର୍ଯ୍ୟାୟରେ ଅପ୍ରେଲ ୨୯ ତାରିଖରେ ପଡିବ ଭୋଟ । ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଥିଲେ ରାଜନୈତିକ ଦଳର ପ୍ରାର୍ଥୀ । ତେବେ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ ।

୧୦,୭୯୨ ମତଦାନ କେନ୍ଦ୍ରରେ ୫୨ ଜଣ ପ୍ରାର୍ଥୀଙ୍କ ପାଇଁ ୯୫,୧୪,୮୮୩ ମତଦାତା ଭୋଟ ଦେବେ । ମତଦାତାଙ୍କ ମଧ୍ୟରୁ ୪୬,୦୫,୬୯୪ ଜଣ ମହିଳା, ୪୯,୦୮,୫୭୫ ପୁରୁଷ ଓ ୬୧୫ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି । ସେପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଠାରୁ ପୋଲିଂ ବୁଥକୁ ବାହାରି ଯାଇଛନ୍ତି ପୋଲିଂ କର୍ମଚାରୀ । ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହିତ ସମସ୍ତ ସାମଗ୍ରୀ ନେଇ ପୋଲିଂ କର୍ମଚାରୀ ଗତକାଲି ଠାରୁ ସମସ୍ତ ମୁନିସିପାଲିଟିରେ ପହଁଚି ଯାଇଛନ୍ତି । ଅନ୍ୟ ଦୂର ସ୍ଥାନ ଗୁଡିକରେ ଆଜି ସୁଦ୍ଧା ପୋଲିଂ କର୍ମଚାରୀ ପହଁଚିଯିବେ ବୋଲି ସୂଚନା ମିଳିଛି ।

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍ । ମହାରାଷ୍ଟ୍ରର ୧୭, ଓଡ଼ିଶାର ୬, ଝାରଖଣ୍ଡର ୩, ମଧ୍ୟ ପ୍ରଦେଶର ୬, ପଶ୍ଚିମବଙ୍ଗର ୮, ଉତ୍ତର ପ୍ରଦେଶର ୧୩, ରାଜସ୍ଥାନର ୧୩ ଓ ଅନନ୍ତନାଗ ନିର୍ବାଚନ କ୍ଷେତ୍ରର ଏକ ଅଂଶ ସାମିଲ ହୋଇଛି । ଚତୁର୍ଥ ପର୍ଯ୍ୟାୟ ମତଦାନରେ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ସୁଭାଷ ଭାମରେ, ଓ ବାବୁଲ ସୁପ୍ରିମୋ, କଂଗ୍ରେସ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଓ ଅଧିର ରଞ୍ଜନ ଚୌଧୁରୀ ସହିତ ଅନେକ ହେବିୱେଟ୍ ନେତାଙ୍କ ସମେତ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

   Related Posts