କାର୍ତ୍ତିକ ପୁର୍ଣିମା : ତ୍ରିପୁରାସୁରକୁ ବଧ କରିଥିଲେ ଭଗବାନ ଶିବ, ବିଷ୍ଣୁ ହୋଇଥିଲେ ମତ୍ସ୍ୟ ଅବତାର, ଏହି ଦିନ ଉପବାସ କଲେ ମିଳେ ଅଶ୍ୱମେଧ ଯଜ୍ଞର ଫଳ

Published By : Prameya-News7 Bureau | November 22, 2018 IST

ଆଜି କାର୍ତ୍ତିକ ପୁର୍ଣିମା | ହିନ୍ଦୁମାନଙ୍କ ପାଇଁ ଏହି ପୁର୍ଣିମାର ମହତ୍ୱ ସର୍ବାଧିକ | କାର୍ତ୍ତିକ ପୁର୍ଣିମା ମଧ୍ୟ ଶିଖ ଧର୍ମଗୁରୁ ନାନକଙ୍କ ଜନ୍ମଦିନ | ତେଣୁ ଶିଖ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଖାସ ଦିନ ହୋଇଥାଏ | ଚଳିତଥରର କାର୍ତ୍ତିକ ପୁର୍ଣିମାର ଏକ ସ୍ୱାତନ୍ତ୍ର୍ୟ ରହିଛି | ଆସନ୍ତାକାଲିର ଜନ୍ମ ଗତ ୭୦ ବର୍ଷର ସବୁ ପୂର୍ଣମୀ ଜହ୍ନଠାରୁ ବଡ ହେବ | କାର୍ତ୍ତିକ ପୂର୍ଣମୀରେ ଚନ୍ଦ୍ର ଠିକ ୧୮୦ ଡିଗ୍ରୀ ଅଂଶରେ ଅବସ୍ଥାନ କରିଥାନ୍ତି | ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ | ଏହି ପୂର୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ | କାର୍ତ୍ତିକ ପୂର୍ଣମୀର ମହତ୍ୱ : ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ପୁର୍ଣିମା ତିଥିକୁ କାର୍ତ୍ତିକ ପୁର୍ଣିମା କୁହାଯାଏ | ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ଦେବଦେବ ମହାଦେବ ଶିବ ତ୍ରିପୁରାସୁର ନାମକ ଏକ ଅସୁରକୁ ବଧ କରିଥିଲେ | ଏହି କାରଣରୁ କାର୍ତ୍ତିକ ପୂର୍ଣମୀକୁ ତ୍ରିପୁରା ପୂର୍ଣମୀ ବୋଲି ମଧ୍ୟ କୁହାଯାଇଥାଏ | ଏହା ବ୍ୟତୀତ କାର୍ତ୍ତିକ ପୂର୍ଣମୀରେ ହିଁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ ବୋଲି ପୁରାଣରେ ବର୍ଣିତ ହୋଇଛି | କିଭଳି ପାଳନ କରିବେ କାର୍ତ୍ତିକ ପୂର୍ଣମୀ : ୧. ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ବ୍ରତ ନିମନ୍ତେ ସଂକଳ୍ପ କରିବେ | ୨. ଏହିଦିନ ବିଭିନ୍ନ ପବିତ୍ର ଜଳାଶ୍ରୟ, ତୀର୍ଥ ସ୍ଥାନରେ ଥିବା ଜଳାଶ୍ରୟରେ ସ୍ନାନ କରିବାର ପରମ୍ପରା ରହିଛି | ୩. ସ୍ନାନ କରିବା ସମୟରେ ଆର୍ଯ୍ୟ ଭୂମିରେ ଥିବା ସମସ୍ତ ତୀର୍ଥ ସ୍ଥାନକୁ ଧ୍ୟାନ କରିବାକୁ ହେବ | ୪. ସ୍ନାନ ସରିବାପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ | ୫. ଭଗବାନ ବିଷ୍ଣୁଙ୍କ ପାଇଁ ସତ୍ୟ ନାରାୟଣ କଥା ଆୟୋଜନ କରିବେ | ୬. ଏହି ଦିନ ଗରିବଙ୍କ ମଧ୍ୟରେ ଫଳ, ଧାନ, ଚାଉଳ, ଦଳି, ଶୀତବସ୍ତ୍ର ଆଦି ଦ୍ରବ୍ୟ ବିତରଣ କରିବେ | ୭. ଶିବଲିଙ୍ଗରେ ଜଳ ଅର୍ପଣ କରି ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପ କରିବେ | ମା ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ : କାର୍ତ୍ତିକ ପୁର୍ଣିମା ମା ଲକ୍ଷ୍ମୀଙ୍କ ପ୍ରିୟ ଦିନ ଅଟେ | ଏହି ଦିନ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଜୀବନରେ ସୁଖ, ସମୃଦ୍ଧି କମ ହୁଏନାହିଁ | ଅଶ୍ୱସ୍ଥ ବୃକ୍ଷ ମା ଲକ୍ଷ୍ମୀଙ୍କର ବାସସ୍ଥାନ ବୋଲି ବିବେଚନା କରାଯାଏ | ତେଣୁ ଏହି ଦିନ ଅଶ୍ୱସ୍ଥ ବୃକ୍ଷକୁ ଆରାଧନା କରିବା ସହ ଏଠି ଦୀପଦାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.