Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆସନ୍ତାକାଲି ଶ୍ରାବଣର ପ୍ରଥମ ମଙ୍ଗଳା ଗୌରୀ ବ୍ରତ: ଏମିତି କରନ୍ତୁ ମା’ ପାର୍ବତୀଙ୍କୁ ପୂଜା, ପୂରଣ ହେବ ମନୋସ୍କାମନା

26/07/2021 at 2:18 PM

ଭୁବନେଶ୍ୱର ୨୬/୦୭ : ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ମାସରେ ମହାଦେବଙ୍କ ଭକ୍ତ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି। ଜୁଲାଇ ୨୬ ତାରିଖ ଶ୍ରାବଣ ମାସ ପ୍ରଥମ ସୋମବାର। ଶାସ୍ତ୍ରରେ ଶ୍ରାବଣ ସୋମବାରର ବିଶେଷ ମହତ୍ତ୍ୱ ରହିଚିବ। ଏହି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି କୁହାଯାଏ ।

ଶ୍ରାବଣ ମାସରେ ସୋମବାର ଭଳି ମଙ୍ଗଳବାରର ମଧ୍ୟ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିମ୍ବା ବିବାହରେ କୌଣସି ବାଧା ଉପୁଜୁଛି ତାହେଲେ ମଙ୍ଗଳବାର ଦିନ ମଙ୍ଗଳା ଗୌରୀ ବ୍ରତ ପାଳନ କରିବା ଉଚିତ। ମଙ୍ଗଳବାର ଦିନ ମାତା ପାର୍ବତୀଙ୍କୁ ପୂଜା କରାବା ଉଚିତ୍। ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ମଙ୍ଗଳବାର ଏବଂ ମଙ୍ଗଳା ଗୌରୀ ବ୍ରତ।

ଏହି ବ୍ରତ ସାଧାରଣତଃ ମହିଳାମାନେ ପାଳନ କରନ୍ତି। ଏହି ଦିନ ବିବାହିତା ମହିଳା ବ୍ରତ ପାଳନ କଲେ ଅଖଣ୍ଡ ସୌଭାଗ୍ୟବତି ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ବ୍ରତ ପାଳନ କରୁଥିବା ମହିଳାଙ୍କ ସ୍ୱାମୀ ମଧ୍ୟ ଦୀର୍ଘାୟୁ ହୁଅନ୍ତି। ଯଦି ଜଣେ ନବ ବିବାହିତ ମହିଳା ଏହି ବ୍ରତ ପାଳନ କରନ୍ତି ତା’ହେଲେ ତାଙ୍କର ସମଗ୍ର ବୈବାହିକ ଜୀବନ ଭଲରେ କଟିଥାଏ। ଯେଉଁ ଯୁବତୀମାନେ ଭଲ ବର ପାଇବାକୁ ସକ୍ଷମ ନୁହଁନ୍ତି, ସେମାନେ ମଧ୍ୟ ମଙ୍ଗଳା ଗୌରୀ ବ୍ରତ ପାଳନ କରିବା ଉଚିତ୍ ଏବଂ ମା ପାର୍ବତୀଙ୍କୁ ପୂଜା କରିବା ଉଚିତ୍।

ଶ୍ରାବଣ ମାସରେ ମହାଦେବ ମାତା ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। କୁମାରୀ କନ୍ୟା ଏହି ଦିନ ମାତା ପାର୍ବତୀଙ୍କୁ ପୂଜା କଲେ ମା ନିଶ୍ଚିତ ଇଚ୍ଛା ପୂରଣ କରିଥାନ୍ତି। ଏହି ବ୍ରତ ଆରମ୍ଭ କରିବା ପରେ ଏହାକୁ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାଳନ କରାଯାଏ ବୋଲି କୁହାଯାଏ। ପ୍ରତିବର୍ଷ ଶ୍ରାବଣ ମାସରେ ୪ କିମ୍ବା ୫ ମଙ୍ଗଳବାର ବ୍ରତ ପାଳନ କରାଯାଏ।

ପୂଜା ବିଧି – ଶ୍ରାବଣ ମାସ ମଙ୍ଗଳବାର ସକାଳୁ ଉଠି ସ୍ନାନ କରି ସଫା ବସ୍ତ୍ର ଧାରଣ କରନ୍ତୁ। ଆସ୍ଥାନରେ ସଫା ଧଳା କପଡା ପକାଇ ତା ଉପରେ ନାଲି କପଡା ପକାନ୍ତୁ। ଏହାପରେ ନବଗ୍ରହ ପ୍ରସ୍ତୁତ କରନ୍ତୁ। କପଡା ଉପରେ ଗହମ ମୁଠା ରଖନ୍ତୁ। ନାଲି କପଡା ଉପରେ ଚାଉଳ ରଖି ତା ଉପରେ ଗୋଟିଏ ପାନ ପତ୍ର ରଖନ୍ତୁ। ପାନ ପତ୍ରରେ ସ୍ୱସ୍ତିକ ବନାନ୍ତୁ ଏବଂ ଗଣପତିଙ୍କୁ ବିରାଜମାନ କରାନ୍ତୁ। ଗଣପତିଙ୍କୁ ନବଗ୍ରହ, ଚାଉଳ, ଧୂପ, ଦୀପ ଫୁଲ ଆଦି ଦେଇ ପୂଜା କରାନ୍ତୁ।

ଏହାପରେ ଗୋଟିଏ ଥାଳିରେ ମାଟିରେ ମାତା ମଙ୍ଗଳା ଗୌରୀଙ୍କ ପ୍ରତିମା ବନାନ୍ତୁ। ଏହାକୁ ଚୌକିରେ ସ୍ଥାପିତ କରାନ୍ତୁ। ହାତରେ ଜଳ, ପୁଷ୍ପ ଓ ଅକ୍ଷତ ଧରି ବ୍ରତ ସଂକଳ୍ପ ନିଅନ୍ତୁ ଏବଂ ନିଜ ମନୋସ୍କାମନା କହି ତାକୁ ପୁରା କରିବାକୁ ମା’ଙ୍କୁ ପ୍ରାର୍ଥନା କରାନ୍ତୁ। ଏହାପରେ ପଞ୍ଚାମୃତରେ ମା’ଙ୍କୁ ସ୍ନାନ କରାଇ ବସ୍ତ୍ର ଧାରଣ କରାନ୍ତୁ। ମା’ଙ୍କୁ ୧୬ ଲଡୁ, ପାନ, ଫଳ, ଫୁଲ, ଲବଙ୍ଗ, ଅଳେଇଚ ଓ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ।

ମା’ଙ୍କ ସମ୍ମୁଖରେ ଏକ ୧୬ ମୁଖି ଦୀପ ଜଳାନ୍ତୁ ନଚେତ ୧୬ଟି ଦୀପ ଲଗାନ୍ତୁ। ଏହାପରେ ମଙ୍ଗଳା ଗୌରୀ ବ୍ରତ କଥା ପଢନ୍ତୁ ଏବଂ ମା’ଙ୍କ ଆଳତୀ କରନ୍ତୁ। ପୂଜା ସମାପ୍ତ ହେବାପରେ ସମସ୍ତ ବସ୍ତୁ ବ୍ରାହ୍ମଣଙ୍କୁ ଦାନ କରିଦେବେ। ବ୍ରତ ନିର୍ଜଳା ରହି କିମ୍ବା ଫଳ ଆହାର କରି ପାଳନ କରିପାରିବେ। କିନ୍ତୁ ବ୍ରତ ପାଳନରେ ଲୁଣ ସେବନ କରିବେ ନାହିଁ। ସନ୍ଧ୍ୟାରେ ବ୍ରତ ସମାପନ କରିପାରିବେ।

(ବି:ଦ୍ର: ଦିଆଯାଇଥିବା ସୂଚନା ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)

   Related Posts