Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ୩ଟି ଗ୍ରହ ହେଉଛନ୍ତି ଏକାଠି, ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଦୂର ହେବ ସମସ୍ୟା

11/11/2019 at 5:09 PM

ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା । ଏହା ବ୍ୟତୀତ କାଲି ଆଉ ଏକ ଶୁଭ ଅବସର ମଧ୍ୟ । ତାହା ହେଉଛି ଗୁରୁନାନକ ଜୟନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ତୁଳା ରାଶିରେ ରବି, ମଙ୍ଗଳ ଓ ବୁଧ ରହିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ତୁଳା ରାଶିରେ ରବି ଓ ମଙ୍ଗଳ ମାର୍ଗୀ ରହିବେ ଓ ବୁଧ ବକ୍ରି ହୋଇ ରହିବେ । ଏଥିପାଇଁ କାଲିର ଦିନ ଅତ୍ୟନ୍ତ ଶୁଭ ।

୧- କାଲି ସ୍ବାର୍ଥ ସିଦ୍ଧି ଯୋଗ ରହିବ। ଏହା ଦ୍ବାରା ସମସ୍ତ ଶୁଭ କାର୍ଯ୍ୟ ସଫଳ ହେବ। ନୂଆ କାର୍ଯ୍ୟ ଆରମ୍ଭ କଲେ ଫାଇଦା ହେବ।

୨- ପବିତ୍ର କାର୍ତ୍ତିକ ମାସରେ ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ଅଧିକାଂଶ ଲୋକେ ଏହି ମାସରେ ସକାଳେ ଉଠି ସ୍ନାନ କରି ପୂଜା କରନ୍ତି। ପୂର୍ଣ୍ଣିମା କାର୍ତ୍ତିକ ମାସର ଅନ୍ତିମ ଦିନ। ଏଥିପାଇଁ ନଦୀରେ ସ୍ନାନ କରିବା ପରେ ଦାନ ପୂନ୍ୟ କରିବା ଜରୁରୀ।

୩- କାର୍ତ୍ତିକ ପୂର୍ଣ୍ଣିମାରେ ଶୀଘ୍ର ଉଠି ସ୍ନାନ କରିବା ପରେ ସକାଳେ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରିବା ଉଚିତ୍‌। ତମ୍ବା ଧାତୁର ପାତ୍ରରେ ଜଳ ପ୍ରଦାନ କରିବା ଜରୁରୀ। ଅର୍ଘ୍ୟ ପ୍ରଦାନ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରର ଜପ କଲେ ସବୁ ମନୋସ୍କାମନା ପୂରଣ ହେବ ତଥା ସବୁ ସମସ୍ୟା ଦୂର ହେବ।

୪- କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ସତ୍ୟନାରାୟଣଙ୍କ କଥା ପଢିବା ଓ ଶୁଣିବାର ପରମ୍ପରା ରହିଛି। ଘରେ ସତ୍ୟନାରାୟଣ ପୂଜା ଆୟୋଜନ କଲେ ମନ ଶାନ୍ତ ହେବା ସହ ପରିବାର ସୁଖମୟ ହେବ।

୫- କାର୍ତ୍ତିକ ପୂର୍ଣ୍ଣିମାରେ ସୂର୍ଯ୍ୟଅସ୍ତ ପରେ ତୁଳସୀ ନିକଟରେ ଦୀପ ଜଳାଇବା ଶୁଭ ହୋଇଥାଏ। ଦୀପ ଜଳାଇ ପରିକ୍ରମା ମଧ୍ୟ କରିବା ଜରୁରୀ।

୬- କାର୍ତ୍ତିକ ପୂର୍ଣ୍ଣିମା ରାତିରେ ହନୁମାନଙ୍କ ପାଖରେ ଦୀପ ଜଳାଇ ହନୁମାନ ଚାଳିସା ଜପ କରିବା ଉଚିତ୍‌।  

 

   Related Posts