କାଲି ପବିତ୍ର ଅଁଳା ନବମୀ: ଏହି ଦିନ ଅଁଳା ଗଛକୁ କରାଯାଏ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Published By : Prameya-News7 Bureau | November 11, 2021 IST

ଭୁବନେଶ୍ୱର ୧୧/୧୧ : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଏଥର ଅଁଳା ନବମୀ ନଭେମ୍ବର ୧୨ ତାରିଖ, ଶୁକ୍ରବାର ଦିନ ପଡୁଛି। ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଅଁଳା ନବମୀରେ ଦାନ ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦାନ ପୁଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ। ଶାସ୍ତ୍ର ଅନୁସାରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କଲେ ପାପରୁ ମୁକ୍ତି ମିଳିଥାଏ। 

ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କଲାବେଳେ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ। ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ। ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ।

{"id":542318,"sizeSlug":"full","linkDestination":"none"}

ଏହି ଦିନ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଦ୍ୱାପର ଯୁଗରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଏହି ଦିନ ଶ୍ରୀକୃଷ୍ଣ ବୃନ୍ଦାବନ ଗୋକୁଳ ଗଳିକୁ ଛାଡି ମଥୁରାକୁ ପ୍ରସ୍ଥାନ କରିଥିଲେ। ସେଥିପାଇଁ ବୃନ୍ଦାବନ ପରିକ୍ରମା କରାଯାଇଥାଏ।

ଶୁଭ ମୁହୂର୍ତ୍ତ - ଆସନ୍ତାକାଲି ଶୁକ୍ରବାର ଦିନ ସକାଳ ୬ଟା ୫୦ ମିନିଟରୁ ଅପରାହ୍ନ ୧୨ଟା ୧୦ ମିନିଟ ଯାଏଁ ପୂଜା ପାଇଁ ଶୁଭ ମୁହୂର୍ତ୍ତ ରହିଛି। ଶୁକ୍ରବାର ସକାଳ ୫ଟା ୫୧ ମିନିଟରୁ ନବମୀ ତିଥି ଆରମ୍ଭ ହେବ ଏବଂ ଶନିବାର ସକାଳ ୫ଟା ୩୦ ମିନିଟ ଯାଏଁ ରହିବ।

ପୂଜା ବିଧି - ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଏ। ହଳଦୀ, ସିନ୍ଦୁର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଏ। ଏହାପରେ ଗଛର ପରିକ୍ରମା କରାଯାଏ। ଗଛରେ ନାଲି ସୁତା ଗୁଡା ଯାଇଥାଏ। ପୂଜା ପରେ ବ୍ରତ କଥା ପଢିବା ଏବଂ ଶୁଣିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.