Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର: କେଉଁ ମୂହୁର୍ତ୍ତରେ ଶିବଙ୍କୁ ଜଳାଅଭିଷେକ କରିବା ଉଚିତ୍ ଜାଣନ୍ତୁ

21/07/2019 at 4:56 PM

ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ତେବେ ଆସନ୍ତାକାଲି ହେଉଛି ମାସର ପ୍ରଥମ ସୋମବାର। ଶ୍ରାବଣରେ ଶିବ ପୂଜାର ଅଧିକ ମହତ୍ବ ରହିଛି। ଯୁଗ ଯୁଗ ଧରି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ପବିତ୍ର ନଦୀ ଓ ପୁଷ୍କରଣୀର ଜଳ ଅଭିଷେକ କରିବା ପରମ୍ପରା ଚାଲିଆସିଛି। ସେଥିପାଇଁ କାଉଡିଆମାନେ ବିଭିନ୍ନ ପବିତ୍ର ଜଳାଶୟରୁ ଜଳ ସଂଗ୍ରହ କରି ଚାଲିଚାଲି ଶିବାଳୟରେ ପହଞ୍ଚିଥାନ୍ତି। ଶିବଲିଂଗରେ ଜଳ ଅର୍ପଣ କରିଥାନ୍ତି।

ଏହା ଦ୍ବାରା ଶ୍ରଦ୍ଧାଳୁଙ୍କ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଉତ୍ତରଭାରତରୁ ଆରମ୍ଭ ହୋଇଥିବା କାଉଡିଆ ଯାତ୍ରା ବା ବୋଲବମ୍‌ ଯାତ୍ରା ଏବେ ସମଗ୍ର ଦେଶରେ ବେଶ ପ୍ରସିଦ୍ଧି ଓ ଆଦୃତି ଲାବ କରିଛି। ତେବେ ଆସନ୍ତୁ ଜାଣିବା ଆସନ୍ତାକାଲିର କେଉଁ ଶୁଭ ମୂହୁର୍ତ୍ତରେ ଜଳାଭିଷେକ କଲେ ବିଶେଷ ଫଳ ପ୍ରାପ୍ତି ହେବ ବୋଲି ଶାସ୍ତ୍ରରେ ବର୍ଣ୍ଣନା ହୋଇଛି।  ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥର ଶ୍ରାବଣ ମାସର ପ୍ରତି ମୂହୁର୍ତ୍ତ ବହୁତ ମହତ୍ବପୂର୍ଣ୍ଣ।

ଆସନ୍ତାକାଲିର ସମୟ ଅତ୍ୟନ୍ତ ଶୁଭ। ଆସନ୍ତାକାଲି ମନସା ପଞ୍ଚମୀ ତଥା ପ୍ରଥମ ଶ୍ରାବଣ ସୋମବାର। ଏହି ଦିନ ଶିବଙ୍କ ନିକଟରେ ଜଳ ଅର୍ପଣ କଲେ ସନ୍ତାନ ସୁଖ, ଧନ ପ୍ରାପ୍ତ, ହେବା ସହ ଦାମ୍ପତ୍ୟ ଜୀବନରେ ଅନେକ ଖୁସି ଆଗମନ ହେବ। ଏହାସହ ଅକାଳ ମୃତ୍ୟୁ ଭଳି ସଂକଟ ଦୂର ହେବ। ଆସନ୍ତାକାଲି ସକାଳ ୭-୯ ମଧ୍ୟରେ ଅମୃତବେଳାରେ ଶିବଙ୍କ ନିକଟରେ ଜଳ ଅର୍ପଣ କରିବାର ଶୁଭ ସମୟ ରହିଛି।

ଆର୍ଥିକ ଅସୁବିଧା ସାମ୍ନା କରୁଥିବା ଲୋକେ ଯଦି କାଲି ଏହି ଶୁଭ ସମୟରେ ଭଗବାନ ଶିବଙ୍କୁ ଦର୍ଶନ କରି ତାଙ୍କ ନିକଟରେ ଜଳ ଅର୍ପଣ କରେ ତାହେଲେ ତାର ସବୁ ମନେସ୍କାମନା ପୂରା ହେବ। ଏହା ସହ ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆସିବ। ଏଥର ଶ୍ରାବଣ ମାସରେ ୪ଟି ସୋମବାର ରହିଛି ଓ ପ୍ରତି ସୋମବାରର ସମୟବିଭିନ୍ନ କାରଣ ପାଇଁ ଶୁଭ ଅଛି । କୁଆଁରୀ ଝିଅମାନେ ଶ୍ରାବଣରେ ଶିବପୂଜା କଲେ ଶୀଘ୍ର ବରପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।

   Related Posts